ରାଉରକେଲା : ଏଆରପୋର୍ଟ ରୋଡ ନିକଟରେ ସିରିଜ୍ ଦୁର୍ଘଟଣା।। ଜଣେ ମୃତ , ଦୁଇ ଗୁରୁତର।

0 130

ରାଉରକେଲା:୨/୩(ସତ୍ୟାନ୍ୟୁଜ) ରାଉରକେଲା ଏଆରପୋର୍ଟ ରୋଡ ରେ ଗତକାଲି ବିଳମ୍ବିତ ରାତିରେ ଏକ ସିରିଜ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି। ମୃତକ ଲୁଆକେର ର ସିଦ୍ଧାନ୍ତ ମିଞ୍ଜ ବୋଲି ଜଣା ପଡିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଦୁର୍ଘଟଣା ରବିବାର ରାତିରେ ଛେଣ୍ଡ ଥାନା ଅନ୍ତର୍ଗତ ଏଆରପୋର୍ଟ ରୋଡ ରେ ହୋଇ ଥିଲା। ଏକ କାର, ବାଇକ୍ ଏବଂ ସ୍କୁଟି ପରଷ୍ପର ମଧ୍ୟରେ ପିଟି ହୋଇଯାବାରୁ ଏହି ଦୁଃଖଦ ଘଟଣା ଘଟିଛି। ପୋଲିସ୍ ତୁରନ୍ତ ଘଟଣାସ୍ଥଳ ରେ ପହଞ୍ଚି ଆହତ ଙ୍କୁ ହସ୍ପିଟାଲ୍ ପଠାଇ ଥିଲେ।
ସୂଚନାଯୋଗ୍ୟଯେ ଏହି ରୋଡ ରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି। ରାସ୍ତା ଖାଲି ରହୁଥିବାରୁ ଯାନ ବାହନ ଚାଳକ ମାନେ ଦୃତ ଗତିରେ ଗାଡି ଚଳାଉଛନ୍ତି। ଫଳରେ ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଛି।

Leave A Reply

Your email address will not be published.