ରାଉରକେଲା: ଏନ୍ ଆଇ ଟି କ୍ୟାମ୍ପସ ରେ ହାତୀ।। ବନ ବିଭାଗ ଆଲର୍ଟ।। ହାତୀ ଘଉଡା ଉଦ୍ୟମ ଜାରି।

0 166

ରାଉରକେଲା:୨୪/୨(ସତ୍ୟାନ୍ୟୁଜ) ଏନଆଇଟି କ୍ୟାମ୍ପସରେ ଗତ କାଲି ରାତିରେ ପଶି ଥିବା ଦୁଇଟି ହାତୀ ଏପର୍ଯ୍ୟନ୍ତ ସେଠାରୁ ବାହାରି ପାରି ନାହାଁନ୍ତି। ପଶି ଥିବା ହାତୀ ମା ଏବଂ ଛୁଆ କ୍ୟାମ୍ପସ ପାଚେରୀ ଭାଙ୍ଗି ବାହାରକୁ ଆସିବାକୁ ଚେଷ୍ଟା କରୁଛନ୍ତି। ସୂଚନା ପାଇ ବନ ବିଭାଗ ଏବଂ ପୋଲିସ୍ ହାତୀ ଙ୍କୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛନ୍ତି। କ୍ୟାମ୍ପସ ବାହାରେ ମଧ୍ୟ କିଛି ହାତୀ ଅଛନ୍ତି। ଡି ଏଫ୍ ଓ ଜସବନ୍ତ୍ ସେଠୀ, ଏସିଏଫ୍ ଏବଂ ଅନ୍ୟ ବନ କର୍ମଚାରୀ କ୍ୟାମ୍ପସ ରେ ରହି ହାତୀ ଗତିବିଧି ଉପରେ ନଜର ରଖିଛନ୍ତି। ଭୟଭୀତ ହେବାର କୌଣସି କାରଣ ନାହିଁ ଏବଂ ହାତୀ ଗତିବିଧି ସମ୍ପୂର୍ଣ ନିୟନ୍ତ୍ରଣରେ ଅଛି ବୋଲି ଡି ଏଫ୍ ଓ କହିଛନ୍ତି।
ସୂଚନାଯୋଗ୍ୟ ଯେ ଗତ କିଛିଦିନ ହେଲା ସନ୍ତୋଷପୁର ଅଞ୍ଚଳରେ ୨୧ ଟିକିଆ ହାତୀ ଦଳ ର ଗତିବିଧି ପରିଲକ୍ଷିତ ହୋଇଛି।

Leave A Reply

Your email address will not be published.