ବିରମିତ୍ରପୁର: ବାଲି ମାଫିଆଙ୍କ ସାମ୍ରାଜ୍ୟରେ ପୋଲିସ , ରାଜସ୍ବ , ଖଣି ବିଭାଗର ଚଢ଼ାଉ।। ଗଚ୍ଛିତ ଥିବା ବ୍ୟାପକ ଚୋରା ବାଲି ଜବତ୍।

0 118

ବିରମିତ୍ରପୁର:୨୪/୨(ସତ୍ୟାନ୍ୟୁଜ) ବିରମିତ୍ରପୁର ପୋଲିସ୍ , ରାଜସ୍ବ ଏବଂ ଖଣି ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବେଆଇନ୍ ଭାବେ ଗଚ୍ଛିତ ଥିବା ବିପୁଳ ପରିମାଣର ବାଲି ଜବତ୍ କରା ଯାଇଛି। ନଦୀ ପଠା ରୁ ବାଲି ବ୍ୟାପକ ଚୋରା ଚାଲାଣ ହେଉଥିବା ସୂଚନା ମିଳିବା ପରେ ସୁନ୍ଦରଗଡ଼ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଏହା ରୋକିବାକୁ ଏକ ଟିମ୍ ଗଠନ କରା ଯାଇଥିଲା। ଏହି ଟିମ୍ ରେ ତହସିଲ୍, ମାଇନିଙ୍ଗ ଏବଂ ପୋଲିସ୍ କର୍ମଚାରୀ ସାମିଲ ଥିଲେ। ଦଲକୀ, ସଲଙ୍ଗା ବହାଲ ଆଦି ଅଞ୍ଚଳରେ ଚଢାଉ କରି ପୋଲିସ୍ ବେଆଇନ୍ ଭାବେ ଷ୍ଟକ୍ ଥିବା ଟନ୍ ଟନ୍ ବାଲି ଜବତ୍ କରିଛନ୍ତି। ଆଇନ୍ ଅନୁସାରେ ବାଲି ମାଫିଆ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ବିରମିତ୍ରପୁର ଏସଡିପିଓ ସୁଶାନ୍ତ କୁମାର ଦାସ କହିଛନ୍ତି।

Leave A Reply

Your email address will not be published.