ରାଉରକେଲା : ମୁଖ୍ୟ ରାସ୍ତାରେ ଥିବା ମାର୍କେଟ କମ୍ପ୍ଲେକ୍ସ ରେ ଅଗ୍ନିକାଣ୍ଡ।। ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ପୋଡ଼ି ଭସ୍ମ।। ନିଆଁ ଲିଭାଇବା ରେ ୩ ଫାୟାର ବ୍ରିଗେଡ୍ ନିୟୋଜିତ।
ରାଉରକେଲା : ୧୮/୮
(ସତ୍ୟାନ୍ୟୁଜ) ରାଉରକେଲା ପ୍ଲାଣ୍ଟ ସାଇଟ୍ ରୋଡ ନିକଟ ମେନ୍ ରୋଡ ରେ ଥିବା ଏକ ମାର୍କେଟ ଆଜି ସକାଳେ ଏକ ଭୀଷଣ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇ ଯାଇଛି। ୩ ଟି ଫାୟାର ବ୍ରିଗେଡ୍ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଏହି ଅଗ୍ନିକାଣ୍ଡ ପ୍ରଥମେ ଏକ ମୋବାଇଲ ଫୋନ୍ ଦୋକାନ ରୁ ହୋଇଥିଲା। ଯାହାର ପ୍ରଭାବରେ ଅନ୍ୟ କେତେକ ଦୋକାନ ମଧ୍ୟ କ୍ଷତି ଗ୍ରସ୍ତ ହୋଇଛି। ଖବର ପାଇ ଫାୟାର ବ୍ରିଗେଡ୍ ର ଏକ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରା ଯାଇଥିଲା। ମାତ୍ର ନିଆଁ ନିୟନ୍ତ୍ରଣ ନହେବାରୁ ଆଉ ଦୁଇଟି ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ନିଆଁ ଲାଗିବାର କାରଣ ଜଣା ପଡି ନାହିଁ। କ୍ଷୟ କ୍ଷତି ଅକାରଣ ହୋଇ ନଥିଲେ ମଧ୍ୟ ଲକ୍ଷାଧିକ ଟଙ୍କା ର ସମ୍ପତ୍ତି।ପୋଡ଼ି ନଷ୍ଟ ହୋଇ ଯାଇଥିବା କୁହା ଯାଉଛି।