ସୁନ୍ଦରଗଡ଼:୨୧/୨(ସତ୍ୟାନ୍ୟୁଜ) ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରୁ ଲୁଟେରା ମାନେ ଲୋକଙ୍କ ମୋବାଇଲ୍ ଫୋନ୍ ଚୋରି କରିଥିଲେ। କେହି ମାର୍କେଟ ଗଲା ବେଳେ ଚୋରି ହୋଇଥିଲା ତ ଆଉ କାହାର ମେଳାରେ ତ ଆଉ କାହାର ବାଇକରେ ଯାଉଥିବା ବେଳେ କୋଉଠି ପଡିଯାଇଥିଲା। ଚୋରି ହୋଇଥିବା କିମ୍ବା ହଜି ଯାଇଥିବା ୮୫ ଟି ମୋବାଇଲକୁ ଉଦ୍ଧାର କରି ସୁନ୍ଦରଗଡ଼ ପୋଲିସ୍ ଆଜି ଫୋନ୍ ମାଲିକ ମାନଙ୍କୁ ଫେରସ୍ତ କରିଛନ୍ତି। ଜିଲ୍ଲା ପୁଲିସ ମୁଖ୍ୟାଳୟ ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ଆସିଥିବା ମୋବାଇଲ ମାଲିକଙ୍କୁ ଏସପି ଅମ୍ରିତ୍ ପାଲ କୌର ଫେରସ୍ତ କରିଛନ୍ତି। ଚୋରି ପରେ କିମ୍ବା ହଜିଗଲା ଗଲା ପରେ ଫେରି ପାଇବାର ଆଶା ଛାଡ଼ି ଦେଇଥିଲେ ଲୋକ ମାନେ। ହେଲେ ଆଜି ମୋବାଇଲ ଫେରି ପାଇବା ପରେ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି ଫୋନ୍ ମାଲିକ ମାନେ ।