ଲାଇସେନ୍ସପ୍ରାପ୍ତମଦଦୋକାନରୁନକଲିବିଦେଶୀମଦଜବତ
୩ଗିରଫ #ବିପୁଳନକଲିବିଦେଶୀମଦମିଳିବାବଢ଼ାଇଛିଚିନ୍ତା
ରାଉରକେଲା:୨୧/୨(ସତ୍ୟାନ୍ୟୁଜ) ୱାଇନ୍ ଶପ୍ ରୁ ମଦ କିଣି ପିଉ ଥିଲେ ସାବଧାନ। ରାଉରକେଲା ବିଶ୍ରା ରୋଡ ନିକଟରେ ଥିବା ଏକ ସରକାରୀ ଲାଇସେନ୍ସ ପ୍ରାପ୍ତ ଦୋକାନରୁ ଅବକାରୀ ବିଭାଗ ଜବତ୍ କରିଛି ବିପୁଳ ପରିମାଣର ଡୁପ୍ଲିକେଟ୍ ବିଦେଶୀ ମଦ। ଦୋକାନ ପଛପଟ ରୁମ୍ ରେ ୩ ଜଣ ଡୁପ୍ଲିକେଟ୍ ମଦ ଲେବଲ୍ ଲଗାଇ ବୋତଲ ରେ ଫିଲିଂ କରୁଥିବା ଅବକାରୀ ବିଭାଗ ସୂଚନା ପାଇ ଚଢାଉ କରିଥିଲେ। ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ ହୋଇଥିବା ବେଳେ ୩ ଜଣଙ୍କୁ ଗିରଫ କରା ଯାଇଛି। ହୋଲି ପୂର୍ବରୁ ସହରରେ ଏତେ ପରିମାଣର ନକଲି ବିଦେଶୀ ମଦ ଜବତ ହେବା ଅବକାରୀ ବିଭାଗର ସଫଳତା ହୋଇଥିବା ବେଳେ ନକଲି ମଦ କାରବାର ବିଭାଗ ର ଚିନ୍ତା ବଢାଇ ଦେଇଛି। ଏହି କନେକ୍ସନ୍ ରେ ବଣାଇ , ଏବଂ ସମ୍ବଲପୁର ରେ ମଧ୍ୟ ଚଢାଉ ଚାଲିଛି। ନକଲି ମଦ କାରବାର କରୁଥିବା ଅସାଧୁ ବେପାରୀ ଡୁପ୍ଲିକେଟ୍ ବିଦେଶୀ ମଦ ସମ୍ବଲପୁର ରୁ ଆଣି ରାଉରକେଲା ମାର୍କେଟ ରେ ସପ୍ଲାଇ କରୁଥଲେ। ଏହାଛଡା ଯେଉଁ ଦୋକାନ ରୁ ନକଲି ମଦ ଜବତ ହୋଇଛି ତାଙ୍କର ବଣାଇ ରେ ଥିବା ଆଉ ଏକ ଆଉଟ୍ ଲେଟ୍ ରେ ମଧ୍ଯ ଯାଞ୍ଚ କରା ଯାଉଛି। #rourkela #odisha