ରାଉରକେଲା : ସାଇବର ଅପରାଧ ଉପରେ ପୋଲିସ୍ ର ତୀବ୍ର ନଜର।। “ସାଇବର କବଚ” ଅଭିଯାନରେ ୧୭ ଗିରଫ।।

0 199

ରାଉରକେଲା:୧୯/୨(ସତ୍ୟାନ୍ୟୁଜ) ସାଇବର ଠକେଇ ଏବେ ସର୍ବବ୍ୟାପୀ ହୋଇ ଯାଇଛି। ପ୍ରତିଦିନ ନୁହେଁ , ପ୍ରତି ମିନିଟ୍ ରେ ଲୋକେ ସାଇବର୍ ଠକେଇର ଶିକାର ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏବେ ରାଜ୍ୟବ୍ୟାପୀ ବିଶେଷ ସାଇବର ଅପରାଧ ବିରୋଧୀ ଅଭିଯାନ ଆରମ୍ଭ ହୋଇଛି। ‘ଅପରେସନ ସାଇବର କବଚ’ ନାମରେ ଚାଲିଥିବା ଏହି ଅଭିଯାନ ରେ ରାଉରକେଲା ପୋଲିସ କୁ ମିଳିଛି ବଡ ସଫଳତା। ଏବେ ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମିଳିତ ଭାବେ ଚଢ଼ାଉ ଜାରି ରହିଛି। ପୋଲିସ୍ ୮୬ ଟି
ମ୍ୟୁଲ୍ ଆକାଉଣ୍ଟ୍ କୁ ଯାଞ୍ଚ କରିଛି। ସହରରେ ଏକ ଗ୍ୟାଙ୍ଗ ସଂଗଠିତ ଭାବେ ସାଇବର ଅପରାଧ ରେ ଲିପ୍ତ ଥିବା ଜଣା ପଡିଛି। ବିଭିନ୍ନ ଥାନା ଅଞ୍ଚଳରେ ୧୦ ଟି ମାମଲା ଦାୟର ହୋଇ ଥିବା ବେଳେ ୧୭ ଜଣଙ୍କୁ ଗିରଫ କରା ଯାଇଛି। ମୋଟ
୮ କୋଟି ୧୫ ଲକ୍ଷ ଟଙ୍କା ବ୍ୟାଙ୍କ୍ ଆକାଉଣ୍ଟ ରେ ଜବତ୍ କରା ଯାଇଥିବା ବେଳେ ସାଇବର ଅପରାଧ ରୋକିବାକୁ ସ୍ଵତନ୍ତ୍ର ଟିମ୍ ଗଠନ କରା ଯାଇଛି। ସାଇବର ଠକେଇ ନେଟୱାର୍କକୁ ନଷ୍ଟ କରିବା।
ଏହି ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ।

” ସାଇବର କବଚ ” ର ଅନ୍ୟ ଉଦ୍ଦେଶ୍ୟ ହେଲା ସଂଗଠିତ ସାଇବର ଠକେଇ ଜାଲକୁ ଦମନ କରିବା , ଠକେଇ ଟଙ୍କା ହସ୍ତାନ୍ତର ପାଇଁ ବ୍ୟବହୃତ ମ୍ୟୁଲ୍‌ ବ୍ୟାଙ୍କ ଆକାଉଣ୍ଟକୁ ଚିହ୍ନଟ ଓ ବନ୍ଦ କରିବା , ସାଇବର ଅପରାଧ ସହଯୋଗୀ ଓ ଅର୍ଥ ଏଜେଣ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ,
ଅନଲାଇନ ଆର୍ଥିକ ଠକେଇରୁ ସାଧାରଣ ଲୋକଙ୍କୁ ସୁରକ୍ଷା।
ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସାଇବର ଅପରାଧ ବିରୋଧୀ ଏହି ଅଭିଯାନ ଆଗାମୀ ଦିନରେ ଆହୁରି ତୀବ୍ର ହେବ ଓ ଦୋଷୀଙ୍କ ବିରୋଧରେ କଡ଼ା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଜାରି ରହିବ।
ସାଧାରଣ ଲୋକଙ୍କୁ ମଧ୍ୟ ଅନୁରୋଧ କରାଯାଇଛି ଯେ, ସନ୍ଦେହଜନକ ଆର୍ଥିକ ଲେନଦେନ ବା ସାଇବର ଠକେଇ ସମ୍ବନ୍ଧୀୟ ତଥ୍ୟ ତୁରନ୍ତ ପୋଲିସ୍ କୁ ଜଣାଇବା ପାଇଁ।

Leave A Reply

Your email address will not be published.