ରାଉରକେଲା : T – 20 କ୍ରିକେଟ୍ ଖେଳକୁ ନେଇ ରାଉରକେଲାରେ ହେଭି ବେଟିଙ୍ଗ।। ୬ ଗିରଫ। ୩୦ ଲକ୍ଷ ନଗଦ ସହ ଥର ଗାଡ଼ି ଜବତ୍।
ରାଉରକେଲା:୧୯/୨(ସତ୍ୟାନ୍ୟୁଜ) ରାଉରକେଲାରେ ଚାଲିଥିଲା ବଡ ଧରଣର କ୍ରିକେଟ୍ ବେଟିଙ୍ଗ। ଏବେ ଚାଲିଥିବା T – 20 କ୍ରିକେଟ୍ କୁ ନେଇ ଏହି ଜୁଆ ଖେଳ ହେଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ରାଉରକେଲା ର ବିଭିନ୍ନ ଥାନା ଅଞ୍ଚଳରେ ଚଢାଉ କରି ୬ ଜଣଙ୍କୁ ଗିରଫ କରିଥିବା ବେଳେ ନଗଦ ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିଛନ୍ତି। ଏହା ଛଡା ଏକ ମହେନ୍ଦ୍ରା ଥର୍ ଗାଡ଼ି , ୯ ମୋବାଇଲ ଫୋନ୍ , ବ୍ୟାଙ୍କ୍ ପାସ୍ ବୁକ୍ ଆଦି ଜବତ କରିଛନ୍ତି। ବନ୍ଧମୁଣ୍ଡା ଥାନା ଅଞ୍ଚଳ ରୁ ଏହି ରାକେଟ୍ ଚାଲିଥିବା ବେଳେ ଏହାର ଚେର ରାଉରକେଲା ପର୍ଯ୍ୟନ୍ତ ଲମ୍ବି ଥିଲା। ପୋଲିସ୍ ଗତକାଲି ଠାରୁ ବିଭିନ୍ନ ଅଞ୍ଚଳରେ ରେଡ୍ କରି ୬ ଜଣଙ୍କୁ ଗିରଫ କରିଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।