ରାଉରକେଲା:୧୯/୨(ସତ୍ୟାନ୍ୟୁଜ) ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା। ରାଜ୍ୟର ୩ ହଜାର ୮୨ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୫ଲକ୍ଷ ୬୧ ହଜାର ୯୭୯ ଛାତ୍ରଛାତ୍ରୀ । ଛାତ୍ର ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ହେଉଛି ମେଟ୍ରିକ୍। ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ସ୍କୁଲ ଗେଟ୍ ରେ ମଥାରେ ଚନ୍ଦନ ଟିକା ମାରି ପ୍ରବେଶ କରିଛନ୍ତି ଛାତ୍ରଛାତ୍ରୀ। ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ପରୀକ୍ଷା କେନ୍ଦ୍ରରେ ସକାଳ ସାଢ଼େ ୭ ଟା ରୁ ପିଲାମାନେ ପ୍ରବେଶ କରିବା ଆରମ୍ଭ କରି ଥିଲେ। ୯ ଟା ବେଳେ ପରୀକ୍ଷା ଆରମ୍ଭ ହୋଇ ଥିବା ବେଳେ ସାଢ଼େ ୧୧ ଟା ବେଳେ ସରିବ। କପି ରୋକିବା ପାଇଁ ଯାଞ୍ଚ ସ୍କ୍ୱାର୍ଡ ଗଠନ କରା ଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ୧୧୭ ଟି ପରୀକ୍ଷା କେନ୍ଦ୍ର ରେ ୨୪ ହଜାର ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା ସମ୍ପନ୍ନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରା ଯାଇଛି।