ରାଉରକେଲା : ଚିକିତ୍ସା ଅବହେଳାରୁ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ ପ୍ରସଙ୍ଗ।। ତଦନ୍ତ ଆରମ୍ଭ କଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ।

0 82

ରାଉରକେଲା:୧୧/୨(ସତ୍ୟାନ୍ୟୁଜ) ବିଷ କ୍ରିୟା ଦ୍ଵାରା ପ୍ରଭାବିତ ହୋଇ ମୃତ୍ୟୁ ବରଣ କରିଥିବା ବିଶ୍ରା ଥାନା ଅଞ୍ଚଳର ନାବାଳିକା ଛାତ୍ରୀଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ ଏପର୍ଯ୍ୟନ୍ତ ମିଳିନାହିଁ। ତେବେ ଡ଼ାକ୍ତରୀ ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ହୋଇ ଥିବା ଅଭିଯୋଗ ର ତଦନ୍ତ ଆରମ୍ଭ ହୋଇଛି। ରାଜ୍ୟ ଶିଶୁ ସୁରକ୍ଷା
ସେଲ୍ କମିଶନ ଙ୍କ ନିର୍ଦ୍ଦେଶ କ୍ରମେ ସୁନ୍ଦରଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରିବନ୍ତ ଜେନା ଆଜି ରାଉରକେଲା ଆସି ତଦନ୍ତ କରୁଛନ୍ତି। କେଉଁ ପରିପ୍ରେକ୍ଷୀରେ ଗୁରୁତର ଛାତ୍ରୀ ଙ୍କୁ ଚିକିତ୍ସା ନଦେଇ ୬ ଘଣ୍ଟା ପର୍ଯ୍ୟନ୍ତ ଗୋଟିଏ ହସ୍ପିଟାଲ୍ ରୁ ଅନ୍ୟ ହସ୍ପିଟାଲ୍ ବୁଲା ଗଲା ସେ ଅଭିଯୋଗର ତଦନ୍ତ କରାଯାଉଛି। ତଦନ୍ତ ପରେ ଆସି ଥିବା ରିପୋର୍ଟ ଆଧାରରେ କାର୍ଯ୍ୟନୁଷ୍ଠାନ ନିଆ ଯିବ ବୋଲି ଡିସିପିଓ କହିଛନ୍ତି।

Leave A Reply

Your email address will not be published.