ବଣାଇ : ପାଠ ପଢ଼ିବାକୁ ନାହିଁ ଶ୍ରେଣୀ ଗୃହ।। ଗଛ ତଳେ ପାଠ ପଢୁଛନ୍ତି ପିଲା ମାନେ।। ଶ୍ରେଣୀ ଗୃହ ନିର୍ମାଣ ପାଇଁ ନିବେଦନ।

0 181

ବଣାଇ : ୧୦/୨(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାର ସହରାଞ୍ଚଳରେ ଥିବା ବିଭିନ୍ନ ସ୍କୁଲ ର କାୟା କଳ୍ପ ରେ ବହୁ ସୁଧାର ଆସିଛି । ହେଲେ ଏବେ ମଧ୍ୟ ଜିଲ୍ଲାରେ ଏପରି ସ୍ଥାନ ଅଛି ଯେଉଁଠି ପିଲା ମାନେ ଗଛ ତଳେ ପାଠ ପଢୁଛନ୍ତି। ପୂର୍ବରୁ ଯେଉଁ ସ୍କୁଲ ଘର ଥିଲା ତାହା ଭାଙ୍ଗି ଯାଇଛି। ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ର ସୋଲଗୁଡା ସ୍କୁଲ ରେ ଦେଖା ଦେଇଛି ଏହି ସମସ୍ୟା। ସ୍କୁଲ ଶ୍ରେଣୀ ଗୃହ ପାଇଁ ବାରମ୍ବାର ନିବେଦନ ସ୍ୱତ୍ତେ କୌଣସି ପଦକ୍ଷେପ ନିଆ ନଯିବାରୁ ସ୍କୁଲ ଛାତ୍ରଛାତ୍ରୀ ମାନେ ପ୍ରତିବାଦ ଜଣାଇ ଛନ୍ତି । ସ୍କୁଲ ଛାଡ଼ି ହାତରେ
ପ୍ଲା- କାର୍ଡ ଧରି ଛାତ୍ରଛାତ୍ରୀ ମାନେ
୪୦ କିଲୋମିଟର ଦୂର ଆସି ଜିଲ୍ଲାପାଳଙ୍କ ଜନଶୁଣାଣି ରେ ସ୍କୁଲ ଶ୍ରେଣୀ ଗୃହ ନିର୍ମାଣ କରିବାକୁ ଗୁହାରି ଜଣାଇ ଥିଲେ। ଏବେ ପାଠ ପଢା ଲାଗି ଅସ୍ଥାୟୀ ବ୍ୟବସ୍ଥା କରା ଯାଉଛି ଏବଂ ଦୁଇ ମାସ ମଧ୍ୟରେ ନୂତନ ଶ୍ରେଣୀ ଗୃହ ନିର୍ମାଣ ହୋଇ ଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.