ଲହୁଣୀପଡା : ଶିକ୍ଷକଙ୍କ ନାବାଳିକା ଛାତ୍ରୀଙ୍କୁ ବାରମ୍ବାର ଅସଦାଚରଣ ଅଭିଯୋଗ।। ଅଭିଯୁକ୍ତ ସାହିତ୍ୟ ଶିକ୍ଷକ ଗିରଫ।

0 179

ବଣାଇ :୧୧/୨(ସତ୍ୟାନ୍ୟୁଜ) ଆଧାର କାର୍ଡ ସଂଶୋଧନ ଏବଂ ଅନ୍ୟ କେତେକ କାମ କରାଇ ଦେବା କହି ଶିକ୍ଷକଙ୍କ ଛାତ୍ରୀଙ୍କୁ ଅସଦାଚରଣ କରିବା ଘଟଣା ସାମ୍ନା କୁ ଆସୁଛି। ଲହୁଣୀପଡ଼ା ଥାନା ଅଞ୍ଚଳରେ ଥିବା ଏକ ସ୍କୁଲ ର ନବମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ଅଭିଯୁକ୍ତ ସାହିତ୍ୟ ଶିକ୍ଷକଙ୍କୁ ପୋଲିସ୍ ଗିରଫ କରି ତଦନ୍ତ ଚଳାଇଛି। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଅଧୀନରେ ଥିବା ଏକ ସ୍କୁଲ ର ସାହିତ୍ୟ ଶିକ୍ଷକ ତାପସ କୁମାର ବଢ଼େଇ ଙ୍କ ନାମରେ ଆସିଛି ଏହି ସାଙ୍ଘାତିକ ଅଭିଯୋଗ। ଏହି ଶିକ୍ଷକ ନାବାଳିକା ଛାତ୍ରୀଙ୍କୁ ଏକ ବର୍ଷ ହେଲା ବାରମ୍ବାର ଅସଦାଚରଣ କରିବା ଅଭିଯୋଗ ହୋଇଛି। ଘରେ କହିଲେ ମାରି ଦେବାର ଧମକ ମଧ୍ୟ ଦିଆ ଯାଇଥିବା ଅଭିଯୋଗ କରିଛନ୍ତି ଛାତ୍ରୀ। ବାରମ୍ବାର ନିର୍ଯ୍ୟାତିତ ହେବା ପରେ ଶେଷରେ ଥାନାରେ ଅଭିଯୋଗ କରିଛନ୍ତି ଛାତ୍ରୀ।

Leave A Reply

Your email address will not be published.