ବଣାଇ : ମାଦକ ଦ୍ରବ୍ୟ ସେବନ ବିରୁଦ୍ଧରେ ସଚେତନତା ଶୋଭାଯାତ୍ରା।। ସମିଲଭେଲେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ସାଧାରଣ ଲୋକ ।
ବଣାଇ:୧୦/୨(ସତ୍ୟାନ୍ୟୁଜ) ମାଦକ ଦ୍ରବ୍ୟର ବହୁଳ ବ୍ୟବହାର ଏବେ ଏକ ସାମାଜିକ ବ୍ୟାଧି ରେ ପରିଣତ ହୋଇଛି। ଏହାର କବଳରେ କମ ବୟସର ପିଲା।ମାନେ ମଧ୍ୟ ଆସି ଯାଉଛନ୍ତି। ସାମାଜିକ ସମସ୍ୟା ସହ ବିଭିନ୍ନ ଅପରାଧ ମାନ ମଧ୍ୟ ମାଦକ ଦ୍ରବ୍ୟ ସେବନ ଦ୍ଵାରା ହେଉଛି। ମାଦକ ଦ୍ରବ୍ୟ ର ପ୍ରସାର ଏବଂ ସେବନ କୁ ରୋକିବାକୁ ରାଜ୍ୟ ସରକାର ଏବେ ଗୁଟକା ବନ୍ଦ ଉପରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଛୋଟ ଛୋଟ ପିଲା ଏବଂ ଯୁବକ ମାନଙ୍କ ମଧ୍ୟରେ ମାଦକ ଦ୍ରବ୍ୟ ସେବନ ଦ୍ଵାରା ହେଉଥିବା କୁପରିଣାମ ବାବଦରେ ସଚେତନ ବିଭିନ୍ନ ସମୟରେ କରାଯାଉଛି। ଆଜି ବଣାଇ ଠାରେ ଉପଜିଲ୍ଲାପାଳ ଙ୍କ ନେତୃତ୍ୱରେ ଏକ ଉପଖଣ୍ଡ ସ୍ତରୀୟ ସଚେତନତା ଶୋଭାଯାତ୍ରା ର ଆୟୋଜନ ଯାଇଥିଲା। ଏହି ଶୋଭାଯାତ୍ରା ରେ ସ୍କୁଲ ଛାତ୍ରଛାତ୍ରୀ ଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ମଧ୍ୟ ସାମିଲ ହୋଇ ଥିଲେ ।