ସୁନ୍ଦରଗଡ଼:୯/୨(ସତ୍ୟାନ୍ୟୁଜ) ହେମଗିରି ଥାନା ବଳିଙ୍ଗା ଶମଶାନ୍ ନିକଟରେ ଗତ ୭ ତାରିଖରେ ମିଳିଥିବା ଅର୍ଦ୍ଧ ଗଳିତ ମୃତ ଦେହ ରହସ୍ୟର ପୋଲିସ୍ ପର୍ଦ୍ଦାଫାଶ କରିଛି। ମୃତକ ନିକଟସ୍ଥ ଗ୍ରାମର ସତ୍ୟକାନ୍ତ ବୋଲି ଜଣା ପଡିଛି। ପ୍ରାଥମିକ ତଦନ୍ତରୁ ତାଙ୍କୁ ହତ୍ୟା କରା ଯାଇଥିବା ଜଣା ପଡ଼ିଛି। ତଦନ୍ତ ପରେ ପୋଲିସ୍ ସତ୍ୟକାନ୍ତ ଙ୍କୁ ହତ୍ୟା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ସୁନିଲ କାଲୋ ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୁନିଲ ଙ୍କ ଏକ ମଟର ସାଇକେଲ କିଛି ଦିନ ତଳେ ଚୋରି ହୋଇ ଯାଇଥିଲା। ଚୋରି ବାବଦରେ ସେ ସତ୍ୟକାନ୍ତ ଙ୍କୁ ସନ୍ଦେହ କରୁଥିଲେ। ଘଟଣା ଦିନ ସୁନିଲ ଏବଂ ଅନ୍ୟ ତିନିଜଣଙ୍କ ସହ ସତ୍ୟକାନ୍ତ ଙ୍କ ଯୁକ୍ତି ତର୍କ ହୋଇ ଥିଲା। ପରେ ଅଭିଯୁକ୍ତ ମାନେ ସତ୍ୟକାନ୍ତ ଙ୍କୁ ଶମଶାନ୍ ନିକଟକୁ ନେଇ ପିଟି ପିଟି ହତ୍ୟା କରିଥିଲେ। ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।