ରାଉରକେଲା : ଆରଏମସି କର୍ମଚାରୀଙ୍କ ଛୁଟି ବାତିଲ୍। ବର୍ଷା ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ।। ଜିଲ୍ଲାପାଳ , କମିଶନରଙ୍କ ବର୍ଷା ପ୍ରଭାବିତ ଅଞ୍ଚଳ ଗସ୍ତ।

0 57

ରାଉରକେଲା : ୧୩/୮
(ସତ୍ୟାନ୍ୟୁଜ) ରାଉରକେଲା ମହାନଗର ନିଗମ ର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଗୁରୁବାର ଦିନ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଯୋଗୁଁ ସହର ର ଅନେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା ସହ ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ଭଳି ସ୍ଥିତି ଉପୁଜିଛି। ଏହି ସବୁ ସ୍ଥିତି ର ମୁକାବିଲା ଲାଗି ମହାନଗର ନିଗମ ର କର୍ମଚାରୀ ମାନଙ୍କ ଉପସ୍ଥିତି ନିହାତି ଆବଶ୍ୟକ। ଜରୁରୀ ସ୍ଥିତି ର ମୁକାବିଲା ଲାଗି ୨୪ ଘଣ୍ଟା କର୍ମଚାରୀ ମାନେ ସତର୍କ ରହିବା ସହ ଛୁଟି ବାତିଲ କରି କାମରେ ଯୋଗ ଦେବାକୁ ରାଉରକେଲା ମହାନଗର ନିଗମ କମିଶନର ଦିନା ଦସ୍ତଗିର୍ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସୁନ୍ଦରଗଡ଼ ଜିଲ୍ଲାପାଳ ଡକ୍ତର ଶୁଭଙ୍କର ମହାପାତ୍ର ଏବଂ ଆରଏମସି କମିଶନର ବର୍ଷା ଯୋଗୁଁ ପ୍ରଭାବିତ ବିଭିନ୍ନ ଅଞ୍ଚଳ ଗସ୍ତ କରି ଆବଶ୍ୟକୀୟ ସାହାଯ୍ୟ ଏବଂ ରିଲିଫ୍ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୁଦ୍ଧ କାଳୀନ ଭିତ୍ତିରେ ବର୍ଷା ପରବର୍ତ୍ତୀ ସ୍ଥିତି ର ମୁକାବିଲା ପାଇଁ ଜିଲ୍ଲାପାଳ ଏବଂ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.