ସୁନ୍ଦରଗଡ଼ : ସୁନ୍ଦରଗଡ଼ ମହୋତ୍ସବ ଯାତରା – ୨୦୨୬ ଉଦଘାଟିତ। ଶୋଭାଯାତ୍ରା ସହ ବହୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ।

0 86

ଜିଲ୍ଲା ମହୋତ୍ସବ ଯତରା- ୨୦୨୬ ଉଦଘାଟିତ

ରଙ୍ଗାରଙ୍ଗ ସାଂସ୍କୃତିକ ଶୋଭାଯାତ୍ରା ମଧ୍ୟରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ

ସୁନ୍ଦରଗଡ଼:୮/୨(ସତ୍ୟାନ୍ୟୁଜ) ଉଦଘାଟିତ ହୋଇଯାଇଛି ସୁନ୍ଦରଗଡ଼ ଜିଲ୍ଲା ମହୋତ୍ସବ ଯତରା – ୨୦୨୬ । ସ୍ଥାନୀୟ ଯତରା ପଡ଼ିଆ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ଉପ ବାଚସ୍ପତି, ଓଡ଼ିଶା ବିଧାନସଭା ଭବାନୀ ଶଙ୍କର ଭୋଇ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସଦର ବିଧାୟକ ଯୋଗେଶ କୁମାର ସିଂ, ସୁନ୍ଦରଗଡ଼ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ସଭାପତିତ୍ବ କରିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଯତରା ର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ହେବାକୁ ଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ଏବଂ ସୁଭଦ୍ରା ଶକ୍ତି ମେଳା ଉପରେ ସୂଚନା ଦେଇଥିଲେ ଏବଂ ଏହି ସମସ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେଇ ଦେବାକୁ ଅନୁରୋଧ କରିଥିଲେ। 

ମୁଖ୍ୟ ଅତିଥି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଓରାମ ଏହି ଅବସରରେ ଯତରା ରେ କିଭଳି ଅଧିକ ରୁ ଅଧିକ କଳାକାର ମାନଂକ ସମାଗମ ହେବ ତାହା ଉପରେ ନିଜ ବକ୍ତବ୍ୟ ରଖି ଥିଲେ। ସେହିପରି ଶିଳ୍ପୀ, କାରିଗର ମାନଙ୍କ ଦ୍ଵାରା ଉଦପାଦିତ ସାମଗ୍ରୀ, ଉପକରଣ ଆଦି ର ବଜାର ବ୍ୟବସ୍ଥା ଉପରେ ନିଜର ବକ୍ତବ୍ୟ ରଖିଥିଲେ ଏବଂ ଭୋକାଲ ଫୋର୍ ଲୋକାଲ ଉପରେ ଗୁରୁତ୍ଵାରୋପ କରିଥିଲେ।

 ଏହି ଉଦଘାଟନୀ ଉତ୍ସବରେ ବିଭିନ୍ନ ଦଳ ଦ୍ଵାରା କଳାକାର ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।  ସେହିଭଳି ପ୍ରଖ୍ୟାତ କଣ୍ଠ ଶିଳ୍ପୀ ଋକୁ ସୁନା, ଅନ୍ତରା ଚକ୍ରବର୍ତ୍ତୀ ଓ ବର୍ଣାଲି ହୋତା ଙ୍କ ଦ୍ଵାରା ତାରକା ରାତ୍ରି ଅନୁଷ୍ଠିତ ହୋଇଥିଲା। 
ସେହିଭଳି ଆଜି ସକାଳେ ସମଲେଇ ମନ୍ଦିର ଠାରୁ ଯତରା ପଡ଼ିଆ ପର୍ଯ୍ୟନ୍ତ ସାଂସ୍କୃତିକ ଶୋଭାଯାତ୍ରା ମାଧ୍ୟମରେ ମଶାଲ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏହି ମଶାଲ ଶୋଭାଯାତ୍ରା କୁ ବିଭିନ୍ନ ଛକ ମାନଙ୍କ ରେ ଜିଲ୍ଲା ର ବିଭିନ୍ନ ସଂଗଠନ , ଅନୁଷ୍ଠାନ ମାନଙ୍କ ଦ୍ଵାରା ସ୍ବାଗତ ସମ୍ବର୍ଧନା ଦିଆଯାଇଥିଲା। ଏଥିରେ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସାଂସଦ  ଜୁଏଲ ଓରାମ, ଉପ ବାଚସ୍ପତି, ଓଡ଼ିଶା ବିଧାନସଭା  ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼ ପୌର ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଉପାଧ୍ୟକ୍ଷ ଶ୍ରୀ ଲଲାଟେନ୍ଦୁ ପରିଡ଼ା, ସମସ୍ତ ବ୍ଲକ୍ ର ଗୋଷ୍ଠି ଉନ୍ନୟନ ଅଧିକାରୀ ଏବଂ ସଂପୃକ୍ତ ବ୍ଲକ ର କଳାକାର, ସୁନ୍ଦରଗଡ଼ ପୌରାଞ୍ଚଳ ର କଳାକାର, ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା, ବହୁ ସଂଖ୍ୟା ରେ ଜନସାଧାରଣ ଯୋଗ ଦେଇଥିଲେ।

ପ୍ରକାଶ ଥାଉ କି ଏହା ପୂର୍ବ ରୁ ସମସ୍ତ ୧୭ ଗୋଟି ବ୍ଲକ ରେ ବ୍ଲକ ସ୍ତରୀୟ ଯତରା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ଏବଂ ସେଥିରେ ଉତ୍ତମ ପ୍ରଦର୍ଶନ କରିଥିବା କଳାକାର ମାନେ ଏହି ଯତରା କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ। ଏହା ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧନା ମଧ୍ୟ ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.