ରାଉରକେଲା : ଅବିନାଶ ଯାଦବ ମର୍ଡର କେଶ୍ ର ପର୍ଦ୍ଦାଫାସ୍।। ୫ ଗିରଫ।। ହତ୍ୟା ରେ ବ୍ୟବହୃତ ଛୁରୀ ଜବତ୍।। ପୂର୍ବ ଶତ୍ରୁତାରୁ ହୋଇଥିଲା ଏହି ହତ୍ୟାକାଣ୍ଡ
ରାଉରକେଲା:୮/୨(ସତ୍ୟାନ୍ୟୁଜ) ବହୁ ଚର୍ଚ୍ଚିତ ଅବିନାଶ ଯାଦବ ମର୍ଡର କେଶ୍ ର ପର୍ଦ୍ଦାଫାସ୍ କରିଛି ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ୍। ଶୁକ୍ରବାର ଦିନ ସନ୍ଧ୍ୟାରେ ଷ୍ଟେସନ୍ ନିକଟରେ ଘଟିଥିବା ଏହା ହତ୍ୟାକାଣ୍ଡର ୫ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି। ଗିରଫ ଙ୍କ ମଧ୍ୟରେ ଜଣେ ଜୁଭେନାଇଲ୍ ଥିବା ବେଳେ ୨ ଜଣ ଅଭିଯୁକ୍ତଙ୍କୁ ଫେରାର ହେବାରେ ସହାୟତା କରିଥିଲେ। କ୍ରାଇମ୍ ରେ ବ୍ୟବହୃତ ହୋଇଥିବା ଛୁରୀ କୁ ପୋଲିସ୍ ଜବତ କରିଥିବା ବେଳେ ହତ୍ୟା ପରେ ଅଭିଯୁକ୍ତ ମାନେ ଫେରାର ହୋଇ ଯାଉଥିବା ବୋଲେରୋ ଏବଂ ଅନ୍ୟ ଏକ ଗାଡ଼ିକୁ ପୋଲିସ୍ ଜବତ କରିଛି। ପୂର୍ବ ଶତ୍ରୁତା କୁ ନେଇ ଅବିନାଶ ଙ୍କୁ ହତ୍ୟା କରା ଯାଇଥିବା ତଦନ୍ତ ରୁ ଜଣା ପଡ଼ିଛି । ଗତ ଶୁକ୍ରବାର ସନ୍ଧ୍ୟାରେ ଅବିନାଶ ଷ୍ଟେସନ୍ ରୋଡ ଅମର ଭବନ ନିକଟରେ ଥିବା ଶୌଚାଳୟରୁ ଫରଲା ବେଳେ ୩ ଜଣ ଯୁବକ ତାଙ୍କୁ ଛୁରୀ ରେ ଆକ୍ରମଣ କରିଥିଲେ । ହସ୍ପିଟାଲ୍ ନେବା ବେଳେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଆସନ୍ତୁ ଶୁଣିବା ହତ୍ୟାର ମୋଟିଭ୍ ବାବଦରେ କଣ କହୁଛନ୍ତି ଏସପି ନୀତେଶ ୱାଧୱାନି।