ରାଉରକେଲା : ପିକନିକ୍ ସ୍ପଟ୍ ରେ ଏବେ ଦେଖିବାକୁ ମିଳୁଛି ହାତୀଙ୍କ ପ୍ରବେଶ।। ବଣଭୋଜି କରୁଥିବା ଲୋକଙ୍କୁ ସାବଧାନ ରହିବାକୁ ପରାମର୍ଶ।

0 154

ରାଉରକେଲା:୮/୨(ସତ୍ୟାନ୍ୟୁଜ) ପିକନିକ୍ ସ୍ପଟ୍ ରେ ଏବେ ଦେଖିବାକୁ ମିଳୁଛି ହାତୀ ଆତଙ୍କ। ଖାଦ୍ୟ ଅନ୍ୱେଷଣରେ ହାତୀ ବଣଭୋଜି କରୁଥିବା ସ୍ଥାନକୁ ଆସି ଖାଦ୍ୟ ଖାଇ ଯାଉଛି। ଫଳରେ ଯେଉଁମାନେ ପିକନିକ୍ କରିବାକୁ ଯାଉଛନ୍ତି ଭୟଭୀତ ହୋଇ ପଡ଼ୁଛନ୍ତି। ଗତକାଲି ରାଉରକେଲା ନିକଟ ଦେଓଧର ପର୍ଯ୍ୟଟନ ସ୍ଥଳୀ ରେ ବଣଭୋଜି ଚାଲିଥିବା ବେଳେ ଏକ ହାତୀ ପଶି ଆସିଥିଲା। ରାଉରକେଲା ତଥା ଆଖପାଖ ଅଞ୍ଚଳରୁ ବଣଭୋଜି ପାଇଁ ଯାଇଥିବା ଲୋକମାନେ ଭୟଭୀତ ହୋଇ ପଡ଼ିଥିଲେ। ଅବଶ୍ୟ ସ୍ଥାନୀୟ କିଛି ଯୁବକ ଏବଂ ସମିତି ସଦସ୍ୟ ହାତୀକୁ ଘଉଡ଼ାଇବାକୁ ସକ୍ଷମ ହୋଇଥିଲେ। ଆଜି ରବିବାର ଥିବାରୁ ବିଭିନ୍ନ ପିକନିକ୍ ସ୍ପଟ୍ ରେ ପ୍ରବଳ ଭିଡ ହୋଇଛି। କିନ୍ତୁ ଯେଉଁମାନେ ଜଙ୍ଗଲ ମଧ୍ୟରେ ବଣଭୋଜି କରୁଛନ୍ତି ସେମାନେ ସାବଧାନ ରହିବା ଉଚିତ୍। ସନ୍ଧ୍ୟାର ବହୁ ପୂର୍ବରୁ ଜଙ୍ଗଲ ଅଞ୍ଚଳ ଛାଡ଼ି ଦେବାକୁ ପରାମର୍ଶ ଦିଆ ଯାଇଛି।

Leave A Reply

Your email address will not be published.