ରାଉରକେଲା : କୁଆଁରମୁଣ୍ଡା ରେ ବିଶ୍ଵ ଆଦିବାସୀ ଦିବସ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ।। ବିଧାୟକ ରୋହିତ ଯୋଶେଫ୍ ତିର୍କୀ ଅତିଥି ଭାବେ ଯୋଗ ଦେଲେ।
ବିଶ୍ୱ ଆଦିବାସୀ ଦିବସ” କୁଆରମୁଣ୍ଡା ନାଇକେନବାହାଲ, ଠାରେ ପାଳିତ
ରାଉରକେଲା : ୯/୮
(ସତ୍ୟାନ୍ୟୁଜ) ଆଜି ବିଶ୍ୱ ଆଦିବାସୀ ଦିବସ ଅବସରେ ନାଇକେନବାହାଲ, କୁଆରମୁଣ୍ଡା ଠାରେ ଏକ ବିଶାଳ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବୀରମିତ୍ରପୁର ବିଧାୟକ ରୋହିତ ଯୋସେଫ ତିର୍କ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଦିବାସୀ ସମାଜକୁ ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ବିଧାୟକଙ୍କୁ ପରମ୍ପରାଗତ ରୀତିନୀତି ଅନୁସାରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଦିବାସୀ ଭାଇ ଭଉଣୀମାନେ ନିଜ ପରମ୍ପରାଗତ ନୃତ୍ୟ ଏବଂ ସଂଗୀତ ପ୍ରଦର୍ଶନ କରି ପରିବେଶକୁ ଆକର୍ଷଣୀୟ କରିଥିଲେ।ଏହି ଅବସରରେ ବିଧାୟକ ଶ୍ରୀ ତିର୍କୀ କହିଲେ ଯେ, ଆଦିବାସୀ ସମାଜ ଆମ ଦେଶ ଓ ରାଜ୍ୟର ମୂଳ ଚିହ୍ନ। ପ୍ରକୃତିର ସଂରକ୍ଷଣ, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବାରେ ଆଦିବାସୀ ଭାଇ ଭଉଣୀମାନଙ୍କର ବଡ଼ ଭୂମିକା ରହିଛି। ରାଜ୍ୟ ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଏବଂ ଜଙ୍ଗଲ, ଜଳ, ଜମି ଅଧିକାର ରକ୍ଷା ପାଇଁ ସବୁବେଳେ ପ୍ରତିଶ୍ରୁତିବଦ୍ଧ।” ସେ ଆହୁରି ମଧ୍ୟ କହିଲେ ଯେ, “କୁଆରମୁଣ୍ଡା ଅଞ୍ଚଳର ବିକାଶ ପାଇଁ ରାସ୍ତା, ପାନୀୟ ଜଳ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରେ ଆହୁରି ଅଧିକ ପଦକ୍ଷେପ ନିଆଯିବ। ଆଦିବାସୀ ଯୁବପିଢ଼ି ଶିକ୍ଷା ଏବଂ କ୍ରୀଡ଼ା ମାଧ୍ୟମରେ ଆଗକୁ ବଢ଼ି ଅଞ୍ଚଳର ନାମ ଉଜ୍ଜ୍ୱଳ କରନ୍ତୁ।”
କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ରିମିସକେରକେଟା,ସମାଜ ସେବି ସଂଜୀବ ପ୍ରତାପ ସିଂ,କୁଆଁରମୁଣ୍ଡା ଜ଼ିଲ୍ଲାପରିଷଦ ରାଜେନ୍ଦ୍ର କୁଜୁର ,ଅନେକେ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, BJD ର ବରିଷ୍ଠ କର୍ମୀ ଏବଂ ବହୁ ସଂଖ୍ୟାରେ ଆଦିବାସୀ ଭାଇ ଭଉଣୀ ଉପସ୍ଥିତ ଥିଲେ।ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ କାର୍ଯ୍ୟକ୍ରମ ଶେଷ ହୋଇଥିଲା।