ସୁନ୍ଦରଗଡ଼ : ସିବିଆଇ ସହକାରୀ ସବ ଇନ୍ସପେକ୍ଟର ଙ୍କ ନାମରେଏଫ୍ ଆଇ ରଜ୍ଜୁ କଲା ସିବିଆଇ।। ଏମ୍ ସି ଏଲ୍ ଅଧିକାରୀ ଙ୍କ ଠାରୁ ନେଉଥିଲେ ପ୍ରୋଟେକ୍ସନ୍ ମନି।

0 113

ସୁନ୍ଦରଗଡ଼:୩୧/୧(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଏମ୍ ସି ଏଲ୍ ରେ ସିବିଆଇ ପକ୍ଷରୁ ଶୁକ୍ରବାର ଦିନ ଚଢାଉ କରାଯାଇ ଥିଲା। ଚୋରା କୋଇଲା ଚାଲାଣ କୁ ନେଇ ସିବିଆଇ ପକ୍ଷରୁ ୩ବଟି ସ୍ଥାନରେ ଚଢ଼ାଉ କରା ଯାଉଥିବା ଅନୁମାନ କରାଯାଉଥିଲା । ମାତ୍ର ଏହା ଏବେ ଭିନ୍ନ ଘଟଣା ବୋଲି ଜଣା ପଡିଛି। ଭୁବନେଶ୍ୱର ସିବିଆଇ ଅଫିସ୍ ର ଜଣେ ସହକାରୀ ସବ ଇନ୍ସପେକ୍ଟର ମହାନଦୀ କୋଲ୍ ଫିଲ୍ଡ ର ଜଣେ ଅଧିକାରୀଙ୍କ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ରେ ଏହି ଚଢାଉ ହୋଇ ଥିଲା । ଏମ୍ ସି ଏଲ୍ ଅଧିକାରୀ ସାରଦା ପ୍ରସାଦ ସେଠି ଙ୍କୁ ସୁରକ୍ଷା ଦେବା ଲାଗି ସିବିଆଇ ଏ ଏସ ଆଇ ପ୍ରଶାନ୍ତ କୁମାର ପଲେଇ ତାଙ୍କ ଠାରୁ ପ୍ରୋଟେକ୍ସନ୍ ମନି ଲାଞ୍ଚ ଆକାରରେ ନେଉଥିଲେ। ସୂଚନା ପାଇବା ପରେ ଦିଲ୍ଲୀ ସିବିଆଇ ର ୩ ଜଣିଆ ଟିମ୍ ଶୁକ୍ରବାର ଦିନ ସୁନ୍ଦରଗଡ଼ ଗର୍ଜନ ବାହାଲ ଏବଂ କନିକା ରେଲୱେ ସାଇଡିଂ ରେ ଚଢ଼ାଉ କରିଥିଲେ। ଏମ୍ ସି ଏଲ ଅଧିକାରୀ ସାରଦା ପ୍ରସାଦ ସେଠି ଙ୍କୁ ସିବିଆଇ ଅଧିକାରୀ ଭୁବନେଶ୍ୱର ନେଇ ଯାଇଛନ୍ତି।

ସୂଚନାଯୋଗ୍ୟ ଯେ ଗତକାଲି ମହାନଦୀ କୋଲ୍ ଫିଲ୍ଡ ର ଗର୍ଜନବାହଲ , କୁଲଡା କୋଇଲା ଖଣି ସହିତ କନିକା ରେଲୱେ ସାଇଡିଂ ରେ ସିବିଆଇ ର ଚଢ଼ାଉ କରିଥିଲା । ଦିଲ୍ଲୀ ସିବିଆଇ ର ତିନିଟି ଟିମ୍ ଏକକାଳୀନ ଏହି ତିନୋଟି ସ୍ଥାନରେ ଚଢ଼ାଉ କରିଥିଲେ । କନିକା ସାଇଡିଂ ଇନଚାର୍ଜ ସାରଦା ପ୍ରସାଦ ସେଠି ଙ୍କୁ ତାଙ୍କ କ୍ବାଟର ରୁ ନେଇ ସିବିଆଇ ରେଲୱେ ସାଇଡିଂ ରେ ମଧ୍ୟ ତଦନ୍ତ କରିଥିଲେ।

Leave A Reply

Your email address will not be published.