ରାଉରକେଲା : ପେଟ୍ରୋଲ ପମ୍ପ ରେ ଡକାୟତି ଯୋଜନା ପଣ୍ଡ।। ୫ ଡକାୟତ ଗିରଫ। ଖଣ୍ଡା , ଭୁଜାଲି ଅନ୍ୟ ମାରଣାସ୍ତ୍ର ଜବତ୍।

0 147

ରାଉରକେଲା:୩୦/୧(ସତ୍ୟାନ୍ୟୁଜ) ପେଟ୍ରୋଲ ପମ୍ପ ରେ ଡକାୟତି କରିବାକୁ ଯୋଜନା କରୁ ଥିଲେ ୫ ଜଣ ଦୁର୍ବୃତ୍ତ। ଏକାଠି ହୋଇ ଥିଲେ ରେଲୱେ କଲୋନୀ ଅଞ୍ଚଳରେ ଥିବା ଛୋଟା ପାର୍କ ରେ। ଖବର ପାଇ ପ୍ଲାଣ୍ଟସାଇଟ୍ ଥାନା ପୋଲିସ୍ ସଦଳ ବଳେ ଚଢାଉ କରିଥିଲେ। ପୋଲିସ୍ କୁ ଦେଖି ଦୁବୃର୍ତ୍ତ ମାନେ ଦୌଡ଼ି ପଳାଉଥିବା ବେଳେ ପୋଲିସ୍ ମାଡି ବସିଥିଲା। ଗିରଫ ଦୁର୍ବୃତ୍ତ ମାନଙ୍କ ନିକଟରୁ ଖଣ୍ଡା , ଭୁଜାଲି ଏବଂ ଅନ୍ୟ ମାରଣାସ୍ତ୍ର ଆଦି ଜବତ କରା ଯାଇଛି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.