ରାଉରକେଲା : ଦୁର୍ନୀତି ବିରୁଦ୍ଧରେ ଅଭିନବ ପ୍ରତିବାଦ।। ହାତରେ କୁକୁଡ଼ା ଧରି ଆନ୍ଦୋଳନ।। ତହସିଲ ଗେଟ୍ ରେ ପକାଇଲେ ତାଲା।
ରାଉରକେଲା:୩୦/୧(ସତ୍ୟାନ୍ୟୁଜ) ହାତରେ କୁକୁଡ଼ା। ମନରେ ପ୍ରବଳ ଆକ୍ରୋଶ। ତହସିଲ୍ ଅଫିସ୍ ରେ ପକାଇଲେ ତାଲା। ରାଉରକେଲା ନିକଟ ଲାଠିକଟା ତହସିଲରେ ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି l ଶତାଧିକ ଗ୍ରାମବାସୀ ତହସିଲ୍ ଗେଟ ରେ ତାଲା ପକାଇ ଦୀର୍ଘ ସମୟ ଆନ୍ଦୋଳନରେ ବସିଥିଲେ l ତହସିଲରେ ହିତାଧିକାରୀଙ୍କୁ ଦୁର୍ବ୍ୟବହାର ଓ କାମ ପାଇଁ ଲାଞ୍ଚ ମାଗିବା ଘଟଣା ପରେ ଶୁକ୍ରବାର ଦିନ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ l
ବିଭିନ୍ନ କାମରେ ଆସୁଥିବା ଗରିବ ଓ ଆଦିବାସୀଙ୍କୁ ତହସିଲ ଅଧିକାରୀ କାମ ପାଇଁ ଦୁର୍ବ୍ୟବହାର କରୁଥିବା ଓ ଲାଞ୍ଚ ମାଗୁ ଥିବା ଅଭିଯୋଗ କରା ଯାଇଛି। ଏ ନେଇ ତହସିଲ୍ ଗେଟ ରେ ତାଲା ଦେବା ସହ କୁକୁଡା ଧରି ଏକ ଭିନ୍ନ ପ୍ରକାର ପ୍ରତିବାଦ କରିଛନ୍ତି ଗ୍ରାମବାସୀ l ଜମିଜମା କାମ, ପ୍ରମାଣ ପତ୍ର ଓ ଅନ୍ୟାନ୍ୟ ସେବା ନାଁରେ ହିତାଧିକାରୀଙ୍କୁ ନାନା ହଇରାଣ ହରକତ ଅଭିଯୋଗ ହୋଇଛି। ଏପରିକି ବାରମ୍ବାର ତହସିଲ୍ ଅଫିସକୁ ଦୌଡଲେ ମଧ୍ୟ ବିନା ଲାଞ୍ଚରେ ଫାଇଲ୍ କାମ ଆଗକୁ ବଢୁ ନଥିବା ଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ଗ୍ରାମବାସୀ l
ଉତ୍ତେଜନା ଥିବାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରା ଯାଇଥିଲା l ଖବର ପାଇଁ ରଘୁନାଥ ପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆନ୍ଦୋଳନରେ ବସିଥିଲେ l ପାନପୋଷ ଉପ- ଜିଲ୍ଲାପାଳ ଘଟଣା ସ୍ଥଳରେ ପହଁଚି ଆନ୍ଦୋଳନକାରୀଙ୍କୁ ବୁଝା ସୁଝା କରି ଥିଲେ। ତହସିଲ କର୍ମଚାରୀଙ୍କ ବିରୋଧରେ ଲିଖିତ ଅଭିଯୋଗ ପାଇବା ପରେ କାର୍ଯ୍ୟନୁଷ୍ଠାନ ନିଆଯିବା ପ୍ରତିଶୃତି ଦେଇଥିଲେ ଉପଜିଲ୍ଲାପାଳ । ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରି ଥିଲେ ଗ୍ରାମବାସୀ।