ରାଉରକେଲା : ଇଣ୍ଡିଆ ୱନ୍ଏଆରକ୍ରାଫ୍ଟ କ୍ରାସ୍ ର ଶେଷ ପେସେଣ୍ଟ ଘରକୁ ଫେରିଲେ।। ହସ୍ପିଟାଲ୍ ରେ କେକ୍ କାଟି ଦିଆ ଗଲା ବିଦାୟ।

0 152

ରାଉରକେଲା:୩୦/୧(ସତ୍ୟାନ୍ୟୁଜ) ଇଣ୍ଡିଆ ୱାନ ଏଆରକ୍ରାଫ୍ଟ ଦୁର୍ଘଟଣାରେ ଶିକାର ହୋଇ ଜେପି ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିବା ଶେଷ ପେସେଣ୍ଟ ଅନିତା ସାହୁ ଆଜି ସୁସ୍ଥ ହୋଇ ନିଜ ଘରକୁ ଫେରି ଯାଇଛନ୍ତି। ହସପିଟାଲ ରୁ ବାହାରିବା ପରେ ଅନିତା ଚିକିତ୍ସା କରୁଥିବା ଡାକ୍ଟର , ହସ୍ପିଟାଲ୍ ଷ୍ଟାଫ୍ , ଘଟଣା ସ୍ଥଳରୁ ଉଦ୍ଧାର କରି ହସ୍ପିଟାଲ୍ ପଠାଇଥିବା ଗ୍ରାମବାସୀଙ୍କୁ ଧନ୍ୟବାଦ୍ ଦେଇଛନ୍ତି। ପୂର୍ବରୁ ଦୁଇ ପାଇଲଟ ଙ୍କ ସମେତ ୪ ଜଣ ଘରକୁ ଫେରି ଯାଇଥିବା ବେଳେ ଅନିତା ଙ୍କ ଭାଇ ସୁଶାନ୍ତ ବିଶ୍ଵାଳଙ୍କ ମୃତ୍ୟୁ ହୋଇ ଯାଇଥିଲା। ଆଜି ଅନିତା ହସ୍ପିଟାଲ୍ ରୁ ବାହାରିବା ବେଳେ କେକ୍ କାଟି ତାଙ୍କ ଦୀର୍ଘ ଜୀବନ କାମନା ସହ ଫୁଲ ତୋଡା ଦେଇ ସ୍ବାଗତ କରାଯାଇଥିଲା। ଆସନ୍ତୁ ଶୁଣିବା କଣ କହୁଛନ୍ତି ଚିକିତ୍ସା କରିଥିବା ଡାକ୍ତର ଏବଂ ପ୍ଲେନ୍ ଦୁର୍ଘଟଣାରେ ଶିକାର ହୋଇ ଚିକିତ୍ସିତ ହେଉ ଥିବା ଅନିତା।

Leave A Reply

Your email address will not be published.