ଏମସିଏଲ ରେ ସିବିଆଇ ଚଢ଼ାଉ ।
ସୁନ୍ଦରଗଡ଼:୩୦/୧(ସତ୍ୟାନ୍ୟୁଜ) ଚୋରା କୋଇଲା ଚାଲାଣ କୁ ନେଇ ଶୁକ୍ରବାର ଦିନ ସିବିଆଇ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରା ଯାଇଛି।
ମହାନଦୀ କୋଲ୍ ଫିଲ୍ଡ ର ଗର୍ଜନବାହଲ , କୁଲଡା କୋଇଲା ଖଣି ସହିତ କନିକା ରେଲୱେ ସାଇଡିଂ ରେ ସିବିଆଇ ର ଚଢ଼ାଉ କରିଛି । ଦିଲ୍ଲୀ ସିବିଆଇ ର ତିନିଟି ଟିମ୍ ଏକକାଳୀନ ଏହି ତିନୋଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । କନିକା ସାଇଡିଂ ଇନଚାର୍ଜ ସାରଦା ପ୍ରସାଦ ସେଠି ଙ୍କୁ ତାଙ୍କ କ୍ବାଟର ରୁ ନେଇ ସିବିଆଇ ରେଲୱେ ସାଇଡିଂ ରେ ତଦନ୍ତ କରୁଛି । ଚୋରା କୋଇଲା କିଭଳି ସାଇଡିଂ ମାଧ୍ୟମ ରେ ଚାଲାଣ ହେଉଥିଲା , ଏହି କୋଇଲା କିଏ ନେଉଥିଲା , କେଉଁଠିକୁ ଯାଉଥିଲା ତାର ତଦନ୍ତ କରୁଛି ସିବିଆଇ । ଏପର୍ଯ୍ୟନ୍ତ ଅଧିକାରୀ ସ୍ତର ରୁ ଚଢାଉ ବାବଦରେ ବିଶେଷ ସୂଚନା ମିଳି ପାରି ନାହିଁ।