ରାଉରକେଲା : ପ୍ଲେନ୍ ଦୁର୍ଘଟଣାରେ ଅଜିତ ପାୱାର ଙ୍କ ମୃତ୍ୟୁ ରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ।ରାଉରକେଲା ବିମାନ ଦୁର୍ଘଟଣା ଉପରେ ମଧ୍ୟ ବ୍ଯକ୍ତବ୍ୟ ରଖିଲେ
ରାଉରକେଲା:୨୮/୧(ସତ୍ୟାନ୍ୟୁଜ) ଆଜି ଏକ ଦୁଃଖଦ ବିମାନ ଦୁର୍ଘଟଣା ରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇ ଯାଇଛି। କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହା ତଦନ୍ତ ପରେ ଜଣା ପଡିବ। ତେବେ କୁହୁଡି ପାଇଁ ଦୁର୍ଘଟଣା ଘଟି ଥାଇ ପାରେ ବୋଲି କୁହା ଯାଉଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ଆଜି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଗତ ଜାନୁଆରୀ ୧୦ ତାରିଖରେ ରାଉରକେଲାରେ ହୋଇଥିବା ଇଣ୍ଡିଆ ୱାନ ଏଆର୍ ବିମାନ ଦୁର୍ଘଟଣା ଘଟଣାରେ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜ ଵ୍ୟକ୍ତବ୍ୟ ରଖିଛନ୍ତି। ପାଇଲଟ୍ ଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ପ୍ଲେନ୍ ଫୋର୍ସ
ଲ୍ୟାଣ୍ଡିଂ ବେଳେ କେହି ମୃତ୍ୟୁ ବରଣ କରି ନଥିଲେ। ପରେ ଜଣେ ଯାତ୍ରୀଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇ ଥିଲା। ତେବେ ମେସିନ୍ ହୋଇ ଥିବାରୁ ସମସ୍ତ ସତର୍କତା ପରେ ମଧ୍ୟ ଦୁର୍ଘଟଣା ହୋଇଛି। କେନ୍ଦ୍ର ସରକାର ରାଉରକେଲା ଦୁର୍ଘଟଣାର ତଦନ୍ତ କରୁଛନ୍ତି ଏବଂ ରିପୋର୍ଟ ଆସିବା ପରେ ଯାହା ତ୍ରୁଟି ବିଚ୍ୟୁତି ଥିବ ଜଣା ପଡିବ ଏଵଂ ସେଥିରେ ସୁଧାର ଅଣା ଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।