ମହାରାଷ୍ଟ୍ର : ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ୬ ମୃତ।। ଆଜି ସକାଳେ ଘଟିଛି ଦୁର୍ଘଟଣା।

0 163

ଏକ ଦୁଃଖଦ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ଅଜିତ ପାୱାର ଙ୍କ ସମେତ ବିମାନରେ ଥିବା ଅନ୍ୟ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ଆଜି ସକାଳେ ଘଟିଛି ଏହି ଦୁର୍ଘଟଣା। ନିର୍ବାଚନ ପ୍ରଚାରରେ ଶ୍ରୀ ପାୱାର ଯାଉଥିବା ବେଳେ ବରାମତି ନିକଟରେ ଏହି ଦୁର୍ଘଟଣା ଘଟିଛି। ଅଜିତ ପାୱାର ଏବଂ ଅନ୍ୟ ମାନଙ୍କ ନିଧନରେ ମହାରାଷ୍ଟ୍ର ସମେତ ସମଗ୍ର ଦେଶରେ ଶୋକର ଛାୟା ଖେଳି ଯାଇଛି। ତେବେ ଏହା କେବଳ ଏକ ଦୁର୍ଘଟଣା କିମ୍ବା ଏହା ପଛରେ କୌଣସି ଷଡଯନ୍ତ୍ର ଅଛି ତାହା ତଦନ୍ତ ପରେ ଜଣା ପଡିବ।

Leave A Reply

Your email address will not be published.