ରାଉରକେଲା:୨୭/୧(ସତ୍ୟାନ୍ୟୁଜ) ଆଜି ଦେଶ ବ୍ୟାପି ବନ୍ଦ ରହିଛି ସମସ୍ତ ସରକାରୀ ବ୍ୟାଙ୍କ୍। ସପ୍ତାହରେ ୫ ଦିନ କାମ କରିବା ଦାବି ତଥା ଅନ୍ୟାନ୍ୟ ଛୁଟି ଦାବିରେ ବ୍ୟାଙ୍କ୍ କର୍ମଚାରୀ ମାନେ ଆନ୍ଦୋଳନ କୁ ଓହ୍ଲାଇଛନ୍ତି। ଫଳରେ ନଗଦ ତାଙ୍କ ଜମା କରିବା ଏବଂ ଅନ୍ୟ କାମ ପାଇଁ ଗ୍ରାହକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଆଜିକୁ ମିଶାଇ ୪ ଦିନ ବ୍ୟାଙ୍କ୍ ବନ୍ଦ ରହିଥିବାରୁ ବ୍ୟବସାୟିକ କାରବାର ରେ ବାଧା ସୃଷ୍ଟି ହୋଇଛି। ୟୁନାଇଟେଡ୍ ଫୋରମ୍ ଅଫ ବ୍ୟାଙ୍କ୍ କର୍ମଚାରୀ ସଂଘ ପକ୍ଷରୁ ଏହି ଆନ୍ଦୋଳନ କରା ଯାଇଛି। ରାଉରକେଲା ଷ୍ଟେଟ ବ୍ୟାଙ୍କ୍ ମୁଖ୍ୟ ଶାଖା ସମ୍ମୁଖରେ ବିଭିନ୍ନ ଜାତୀୟ କରଣ ବ୍ୟାଙ୍କ୍ ର କର୍ମଚାରୀ ମାନେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅନ୍ୟ ଆର୍ଥିକ ସଂସ୍ଥା ଗୁଡ଼ିକ ସପ୍ତାହରେ ୨ ଦିନ ଛୁଟି ପାଉଥିବା ବେଳେ ବ୍ୟାଙ୍କ୍ କର୍ମଚାରୀ ମାନେ ମଧ୍ୟ ଅନୁରୂପ ଛୁଟି ପାଇବାକୁ ହକଦାର୍ ବୋଲି ଦାବି କରା ଯାଇଛି।