ରାଉରକେଲା : ଆଜି ଆରମ୍ଭ ହେବାକୁ ଯାଉଛି ୪ ଦିନିଆ ଏଣ୍ଟର ପ୍ରାଇଜ ଓଡ଼ିଶା -୨୦୨୬।। କାର୍ଯ୍ୟକ୍ରମ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି।
ରାଉରକେଲା:୨୭/୧(ସତ୍ୟାନ୍ୟୁଜ) ଆଜି ଠାରୁ ରାଉରକେଲାରେ ଆରମ୍ଭ ହେବାକୁ ଯାଉଛି
‘ ଏଣ୍ଟରପ୍ରାଇଜ୍ ଓଡ଼ିଶା ‘ – ୨୦୨୬ । ଏହି କାର୍ଯ୍ୟକ୍ରମକୁ ଆଜି ସନ୍ଧ୍ୟା ସାଢ଼େ ପାଞ୍ଚଟା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବେ। ୧୩ ନମ୍ୱର୍ ସେକ୍ଟର ମେଲଣ ପଡ଼ିଆରେ ୪ ଦିନ ଧରି ହେବାକୁ ଥିବା ଏହି ମେଳା କୁ ଆୟୋଜନ କରିଛି କନଫେଡେରସନ୍ ଅଫ୍ ଇଣ୍ଡଷ୍ଟ୍ରି ଓଡ଼ିଶା ଶାଖା। ଏଥି ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ସୁନ୍ଦରଗଡ଼ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର ନିଜେ ସମସ୍ତ ପ୍ରସ୍ତୁତି।କାମ ତଦାରଖ କରିଛନ୍ତି। ଦେଶର ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠାନ ର ପ୍ରତିନିଧି ମାନେ ଆସି ପହଞ୍ଚି ସାରିଛନ୍ତି। ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ ଜିଲ୍ଲା ଏହି ମେଳା ଦ୍ଵାରା ଉପକୃତ ହେବେ ବୋଲି ଆଶା କରା ଯାଉଛି। ଆଜି ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲା ତଥା ପଶ୍ଚିମ ଓଡ଼ିଶା ପାଇଁ ଅନେକ ପ୍ରକଳ୍ପ ର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।