ରାଉରକେଲା:୨୪/୧(ସତ୍ୟାନ୍ୟୁଜ) ଦିନ ଆକାଶରେ ଉଡୁ ଥିଲା ଏହି
ଏଆରକ୍ରାଫ୍ଟ। ଦୁର୍ଘଟଣା ପରେ ଏହି ପ୍ଲେନ୍ ଖଣ୍ଡଖଣ୍ଡ କରି କାଟି ଦିଆ ଯାଉଛି। କାଟିବା ପରେ ଟ୍ରଲର ଯୋଗେ ନିଆ ଯାଉଛି ଭୁବନେଶ୍ୱର। ପ୍ଲେନ୍ ର ବଡି ଏବେ ଭୁବନେଶ୍ୱର ରେ ରହିବ ଏବଂ ଇଞ୍ଜିନ ମରାମତି ପାଇଁ କାନାଡା ଯିବ।
ଇଣ୍ଡିଆ ୱାନ ଏଆର୍ ସିଙ୍ଗଲ୍ ଇଞ୍ଜିନ ବିଶିଷ୍ଟ ପ୍ଲେନ୍ ଗତ ଜାନୁଆରୀ ୧୦ ତାରିଖରେ ରାଉରକେଲା ନିକଟ କଂସର ଠାରେ ଫୋର୍ସ ଲେଣ୍ଡିଙ୍ଗ କରିଥିଲା। ଇଞ୍ଜିନ ରେ ତ୍ରୁଟି ଯୋଗୁଁ ପ୍ଲେନ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଅନୁମାନ କରା ଯାଇ ଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ମାନେ ନିଜ ଜୀବନ କୁ ବାଜି ଲଗାଇ ପାଇଲଟ୍ ଏବଂ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ହସ୍ପିଟାଲ୍ ପଠାଇଥିଲେ।