ରାଉରକେଲା : ଦିଲ୍ଲୀପ ରାୟ ଯିବେ ରାଜ୍ୟସଭା।। ଆଜି ଆଇନ୍ ମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ ପରେ ଜୋର୍ ଧରିଛି ଚର୍ଚ୍ଚା।। ବିଜେପି କରିପାରେ ନୋମିନେଟ୍।

0 259

ରାଉରକେଲା:୨୪/୧(ସତ୍ୟାନ୍ୟୁଜ) ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଯାଇ ପାରନ୍ତି ରାଜ୍ୟ ସଭା। ଏ ନେଇ ଆକଳନ ଜୋର୍ ଧରୁଛି। ଆଜି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ୍ ହରିଚନ୍ଦନଙ୍କୁ ଦିଲ୍ଲୀପ ଦେଖା କରି ବହୁ ସମୟ କଥା ହୋଇଥିଲେ। ଏହାପରେ ରାଜ୍ୟ ସଭା ପ୍ରସଙ୍ଗ ଜୋର୍ ଧରିଛି। ଆସନ୍ତା ଏପ୍ରିଲ ମାସରେ ରାଜ୍ୟ ସଭାର ୪ ଟି ସିଟ୍ ଖାଲି ହେବାକୁ ଯାଉଛି। ବିଜେପି ୩ ଟି ସିଟ୍ ରେ ବିଜୟୀ ହେବା ଆଶା ରହିଛି। ତେବେ ଦିଲ୍ଲୀପ ରାୟ ଙ୍କୁ ରାଜ୍ୟ ସଭା ପାଇଁ ବିଜେପି ଟିକେଟ ଦେବା ଅନୁମାନ କରା ଯାଉଛି। ପୂର୍ବରୁ ଦିଲ୍ଲୀପ ରାୟ ଦୁଇ ଟି ଟର୍ମ ରେ ରାଜ୍ୟସଭା କୁ ନିର୍ବାଚିତ ହୋଇଥିଲେ। ଥରେ ଜନତା ଦଳ ରୁ ରାଜ୍ୟ ସଭା ଯାଇଥିବା ବେଳେ ଆଉଥରେ ସ୍ଵାଧୀନ ଭାବେ ଲଢି ରାଜ୍ୟସଭା କୁ ନିର୍ବାଚିତ ହୋଇଥିଲେ। ତେବେ ଆଜି ଆଇନ୍ ମନ୍ତ୍ରୀଙ୍କ ସହ ଭେଟଘାଟ ପରେ ଦିଲ୍ଲୀପ କୌଣସି ପ୍ରତିକ୍ରିୟା ଦେଇ ନଥିବା ବେଳେ ଦିଲ୍ଲୀପ ଙ୍କ ତାଙ୍କର ପାରିବାରିକ ସମ୍ପର୍କ ଥିବାରୁ ସେ ଆସିଥିବା ଆଇନ୍ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.