ରାଉରକେଲା : ବୁଲେଟ ମଟର ସାଇକେଲ ସହ ବ୍ରାଉନ ସୁଗର୍ ଜବତ୍।। ଅଭିଯୁକ୍ତ ଗିରଫ।

0 193

ରାଉରକେଲା:୨୩/୧(ସତ୍ୟାନ୍ୟୁଜ) ରାଉରକେଲା ୭ ନମ୍ୱର୍ ସେକ୍ଟର ଥାନା ପୋଲିସ୍ ଜଣେ ଯୁବକଙ୍କ ଠାରୁ ବ୍ରାଉନ ସୁଗର ଜବତ୍ କରିବା ସହ ଏକ ବୁଲେଟ ମଟର ସାଇକେଲ ଜବତ କରିଛନ୍ତି। ୩ ନମ୍ୱର୍ ସେକ୍ଟର ଥାନା ଅଞ୍ଚଳର ଜଣେ ଯୁବକ ଜଗଦୀଶ ପଣ୍ଡା ନିଜ ବୁଲେଟ୍ ରେ ବ୍ରାଉନ ସୁଗାର୍ ନେଇ ଯାଉଥିବା ବେଳେ ୫ ନମ୍ୱର୍ ସେକ୍ଟର ଟ୍ରେନିଜ୍ ହଷ୍ଟେଲ ନିକଟରେ ପୋଲିସ୍ ମାଡି ବସିଥିଲେ। ପୋଲିସ୍ ଜଗଦିଶ ନିକଟରୁ ୭ ଗ୍ରାମ ପାଖାପାଖି ବ୍ରାଉନ ସୁଗର ଜବତ୍ କରିଛନ୍ତି। ବ୍ରାଉନ ସୁଗର୍ ର ଆନୁମାନିକ ମୂଲ୍ୟ ୬୨ ହଜାର ଟଙ୍କା ହେବ ବୋଲି କୁହା ଯାଉଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.