ରାଉରକେଲା : ପୋଲିସ୍ ମୁଖ୍ୟାଳୟରେ ଇଣ୍ଟିଗ୍ରେସନ୍ ଫୋରମ୍ ଏବଂ ପୋଲିସ୍ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ।। କମିଟିର କଳେବର ବୃଦ୍ଧି ବାବଦରେ ଆଲୋଚନା।
ରାଉରକେଲା:୨୧/୧(ସତ୍ୟାନ୍ୟୁଜ) ସାମ୍ପ୍ରଦାୟିକ ସଦ୍ଭାବନା ରକ୍ଷା ତଥା ଭାଇଚାରା ପରିବେଶ ସୃଷ୍ଟି କରିବାରେ ରାଉରକେଲା
ଇଣ୍ଟିଗ୍ରେସନ୍ ଫୋରମ୍ ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାମନବମୀ ହେଉ କି ଇଦ୍ ହେଉ ଏହି ଫୋରମ୍ ଭାଇଚାରା ରକ୍ଷା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ପ୍ରାୟ ୩୨ ବର୍ଷ ପୂର୍ବରୁ ସତ୍ୟଜିତ୍ ମହାନ୍ତି ପଶ୍ଚିମାଞ୍ଚଳ ଡିଆଇଜି ଥିବା ବେଳେ ଏହି ଫୋରମ୍ ପ୍ରତିଷ୍ଠା କରା ଯାଇଥିଲା। ସେତେ ବେଳେ ୧୪ ଜଣ ଏହାର ଫାଉଣ୍ଡର ସଦସ୍ୟ ଥିଲେ। ଏବେ ଏହି ସଦସ୍ୟ ସଂଖ୍ୟା ୨୧ କୁ ବୃଦ୍ଧି ବୃଦ୍ଧି କରା ଯାଇଛି। ମାତ୍ର ଏହି ପ୍ଲାଟଫର୍ମର ଗୁରୁତ୍ୱ ଦୃଷ୍ଟି ରୁ ଏହାର କଳେବର ବୃଦ୍ଧି କରିବାକୁ ମତ ପ୍ରକାଶ ପାଇଛି। ଆଜି ପୋଲିସ୍ ମୁଖ୍ୟାଳୟରେ ଅତିରିକ୍ତ ଏସପି ରାଜ କିଶୋର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇ ଥିଲା। ଏହି ବୈଠକରେ ଇଣ୍ଟିଗ୍ରେସନ୍ ଫୋରମ୍ ର ସଦସ୍ୟ ଗଣ ଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ମାନେ ଯୋଗ ଦେଇ ନିଜ ନିଜ ମତ ରଖିଥିଲେ। ରାଉରକେଲା ସହର ବ୍ୟତୀତ ଜିଲ୍ଲାର ଅନ୍ୟ ସ୍ଥାନରୁ କମିଟି ରେ ସଦସ୍ୟ ରଖିବାକୁ ମତ ପ୍ରକାଶ ପାଇଥିଲା।