ରାଉରକେଲା : ବେଆଇନ୍ ପାର୍କିଂ ଉପରେ ଆର୍ ଏମ୍ ସି ଏବଂ ପରିବହନ ବିଭାଗର କାର୍ଯ୍ୟନୁଷ୍ଠାନ।। ମହତାବ ରୋଡ ରୁ ହଟା ଗଲା ବେଆଇନ୍ ପାର୍କିଂ।

0 188

ରାଉରକେଲା:୨୧/୧(ସତ୍ୟାନ୍ୟୁଜ) ରାସ୍ତା ଉପରେ ବେଆଇନ୍ ପାର୍କିଂ ଯୋଗୁଁ ଦୁର୍ଘଟଣା ବଢ଼ି ବଢ଼ି ଚାଲିଛି। ଏହା ଛଡା ଟ୍ରାଫିକ ଜାମ୍ ହେବା ସହ ଗମନାଗମନ ରେ ଅସୁବିଧା ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ରାସ୍ତା ଉପରେ ବେଆଇନ୍ ଯାନବାହନ ପାର୍କିଂ ଉପରେ ରାଉରକେଲା ମହାନଗର ନିଗମ ଏବଂ ପରିବହନ ବିଭାଗ ତରଫରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ଯାଇଛି।ଆଜି ମହତାବ ରୋଡ ଅଞ୍ଚଳରେ ଉଭୟ ବିଭାଗର ଅଧିକାରୀ ମାନେ ବେଆଇନ୍ ପାର୍କିଂ ହଟାଇବା ସହ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲେ। ମଙ୍ଗଳବାର ଦିନ ରାଉରକେଲା ମହାନଗର ନିଗମ କମିଶନର ପାୱାର ହାଉସ ରୋଡ ଅଞ୍ଚଳରେ ଲୋକଙ୍କ ସମସ୍ୟା ବୁଝୁ ଥିବା ବେଳେ ବେଆଇନ୍ ପାର୍କିଂ ଉପରେ ନଜର ପଡ଼ିଥିଲା। ଲୋକମାନଙ୍କ ସୁବିଧା ଜନକ ଗମନାଗମନ ପାଇଁ କମିଶନର ପରିବହନ ବିଭାଗ କୁ ଉପଯୁକ୍ତ ପଦକ୍ଷେପ ନେବାକୁ ଚିଠି ଲେଖି ଥିଲେ। ସେହି ଅନୁସାରେ ଆଜି ଉଭୟ ବିଭାଗ ପକ୍ଷରୁ ଜଏଣ୍ଟ ଏନଫୋର୍ସମେଣ୍ଟ କରା ଯାଇଥିଲା।

Leave A Reply

Your email address will not be published.