ରାଉରକେଲା:୨୧/୧(ସତ୍ୟାନ୍ୟୁଜ) ରାଉରକେଲା ସବୁକ୍ଷେତ୍ରରେ ଅବହେଳିତ ହେଉଥିବା ଅଭିଯୋଗ ହେଉଛି। ଶିକ୍ଷା ହେଉକି ସ୍ୱାସ୍ଥ୍ୟ , କିମ୍ବା ଗମନା ଗମନ ସମସ୍ତ କ୍ଷେତ୍ରରେ ଆଜି ରାଉରକେଲା ଅବହେଳିତ। ଏବେ ଇଏସଆଇସି ହସ୍ପିଟାଲ୍ କୁ ଭୁବନେଶ୍ୱର ଉଠାଇ ନେବାକୁ ଯୋଜନା ଚାଲିଥିବା ଅଭିଯୋଗ କରିଛି ସିଟୁ ସଂଗଠନ। ଗୋଟିଏ ପଟେ ରାଉରକେଲା ରେ ଇଏସଆଇସି ସୁପର୍ ସ୍ପେଶିଆଲି୍ଟି ହସ୍ପିଟାଲ୍ ଏବଂ ମେଡିକାଲ କଲେଜ୍ ପ୍ରତିଷ୍ଠା ଦାବି ହେଉଥିବା ବେଳେ ଏବେ ଏହାକୁ ଭୁବନେଶ୍ୱର କୁ ନେଇଯିବା ନିଷ୍ପତ୍ତି କୁ ବିରୋଧ କରା ଯାଉଛି। ରାଉରକେଲାରେ ଏହି ହସ୍ପିଟାଲ୍ ଏବଂ କଲେଜ୍ ପ୍ରତିଷ୍ଠା ହେଲେ ସମ୍ବଲପୁର , ଝାରସୁଗୁଡ଼ା , ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାର ଶ୍ରମିକ କର୍ମଚାରୀ ମାନେ ଉପକୃତ ହେବେ। ସୁନ୍ଦରଗଡ଼ ଏକ ଖଣି ଖାଦାନ ଶ୍ରମିକ ବହୁଳ ଜିଲ୍ଲା ଏବଂ ଏହି ୪ ଟି ଜିଲ୍ଲାରେ ଲକ୍ଷ ଲକ୍ଷ ଶ୍ରମିକ କର୍ମଚାରୀ , ଖଣି ଖାଦାନ , କଳ କାରଖାନାରେ କାମ କରନ୍ତି। ସେମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଉରକେଲାରେ ଇଏସଆଇସି ହସ୍ପିଟାଲ୍ ର ଆବଶ୍ୟକତା ରହିଛି। ଏଠାରୁ ହସ୍ପିଟାଲ୍ ଭୁବନେଶ୍ୱର କୁ ଉଠାଇ ନେବା ନିଷ୍ପତ୍ତି କୁ ବିରୋଧ କରାଯିବ। ଏହା ସଙ୍ଗେ ସଙ୍ଗେ ଏଠାରେ ସୁପର୍ ସ୍ପେଶିଆଲି୍ଟି
ଇଏସଆଇସି ହସ୍ପିଟାଲ୍ ଏବଂ ମେଡିକାଲ୍ କଲେଜ ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରହିବ ବୋଲି ‘ ସିଟୁ ‘ ପକ୍ଷରୁ କୁହାଯାଇଛି।