ରାଉରକେଲା: ନଦୀରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର।। ପୋଲିସ୍ ତଦନ୍ତ ଜାରି।

0 159

ରାଉରକେଲା:୨୧/୧(ସତ୍ୟାନ୍ୟୁଜ) ଗତକାଲି ନଦୀ ପାଣିରୁ ମିଳିଥିବା ମୃତ ବ୍ୟକ୍ତିଙ୍କ ଚିହ୍ନଟ ଏପର୍ଯ୍ୟନ୍ତ ହୋଇ ପାରି ନାହିଁ। ଚିହ୍ନଟ ପାଇଁ ୭୨ ଘଣ୍ଟା ପାଇଁ ପୋଲିସ୍ ମୃତ ଦେହକୁ ରାଉରକେଲା ସରକାରୀ ହସ୍ପିଟଲରେ ସଂରକ୍ଷିତ ରଖିଛନ୍ତି।

ସୁନ୍ଦରଗଡ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ ଜୟଡେଗା ପଞ୍ଚାୟତ ଝାଡବେଡା କାଠ ପୋଲ ସମ୍ମୁଖ ପାଣିରେ ଜଣେ ମୃତ ବ୍ୟକ୍ତିଙ୍କ ମୃତ ଦେହ ଭାସୁଥିବା ଦେଖି ଲୋକେ ପୋଲିସ୍ କୁ ଖବର ଦେଇଥିଲେ। ରାଏବଗା ଥାନା ଅଧିକାରୀ ଅଗ୍ନିଶମ ବିଭାଗ ସହ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲେ । ପୋଲିସ୍ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.