ରାଉରକେଲା : ଖାଦ୍ୟ ସୁରକ୍ଷା ଟିମ୍ ଗଠନ କଲା ମହାନଗର ନିଗମ।। ବିଭିନ୍ନ ସ୍ଥାନରେ ହେବଏନଫୋର୍ସମେଣ୍ଟ ଡ୍ରାଇଭ୍।

0 204

ରାଉରକେଲା:୨୦/୧(ସତ୍ୟାନ୍ୟୁଜ) ଲୋକଙ୍କୁ ସ୍ୱାସ୍ଥ୍ୟକର ପରିବେଶ ରେ ଗୁଣାତ୍ମକ ଖାଦ୍ୟ ଯୋଗାଇ ଦେବାକୁ ମହାନଗର ନିଗମ ଏବେ ବିଭିନ୍ନ ପଦକ୍ଷେପ ନେଉଛି।
ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ସହରରେ ବିକ୍ରୟ ଖାଦ୍ୟ ପଦାର୍ଥ ଗୁଡିକର ଯାଞ୍ଚ ସକାଶେ ରାଉରକେଲା ମହାନଗର ନିଗମ ଏକ ଖାଦ୍ୟ ସୁରକ୍ଷା ଟିମ୍ ଗଠନ କରିଛି। ଏହି ଟିମ୍ ପକ୍ଷରୁ ବିଭିନ୍ନ ଫୁଡ୍ ଷ୍ଟଲ୍ , ହୋଟେଲ , ରେଷ୍ଟୁରାଣ୍ଟ ରେ ଏନଫୋର୍ସମେଣ୍ଟ ଡ୍ରାଇଭ୍ କରାଯିବ।
ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି, ଖାଦ୍ୟ ଅପମିଶ୍ରଣକୁ ରୋକିବା, ସ୍ଵଚ୍ଛ ପରିବେଶରେ ଖାଦ୍ୟ ପ୍ରସ୍ତୁତି ଓ ବିକ୍ରୟକୁ ସୁନିଶ୍ଚିତ କରିବା। ମହାନଗର ନିଗମ କମିଶନର ଦିନା ଦସ୍ତଗିର୍ ଆଜି ବାସନ୍ତୀ କଲୋନୀ ଏରିଆ ରେ ସର୍ଭେ କରି ଫୁଡ୍ ଭେଣ୍ଡର ମାନଙ୍କୁ କିପରି ଥଇଥାନ କରାଯିବ ତଥା ଲୋକ ମାନଙ୍କୁ ସ୍ୱାସ୍ଥ୍ୟକର ଖାଦ୍ୟ ମିଳିବ ତାର ପ୍ଲାନ୍ ପ୍ରସ୍ତୁତ କରିଥିଲେ।
ଏହି ପରୀପ୍ରେକ୍ଷୀରେ ଜନସାଧାରଣଙ୍କ ପରାମର୍ଶ ତଥା ଅଭିଯୋଗକୁ ମଧ୍ଯ ଗୁରୁତ୍ଵ ଦିଆଯିବ। ତେଣୁ ଲୋକମାନେ
ଏବାବଦରେ ପରାମର୍ଶ ଦେବାକୁ ନିବେଦନ କରା ଯାଇଛି।

Leave A Reply

Your email address will not be published.