ସୁନ୍ଦରଗଡ଼ : ଟ୍ରାକ୍ଟର ଚାପାରେ ୨ ବର୍ଷ ଶିଶୁର ମୃତ୍ୟୁ କୁ ନେଇ ଉତ୍ତେଜନା।। ପୌରପାଳିକା ସଫେଇ କାର୍ଯ୍ୟରେ ନିୟୋଜିତ ଥିଲା ଟ୍ରାକ୍ଟର।

0 224

ସୁନ୍ଦରଗଡ଼:୨୦/୧(ସତ୍ୟାନ୍ୟୁଜ) ଟ୍ରାକ୍ଟର ଚାପାରେ ୨ ବର୍ଷ ଶିଶୁ ର ମୃତ୍ୟୁ କୁ ନେଇ ଉତ୍ତେଜନା। ଡ୍ରାଇଭର ମଦ ପିଇ ଗାଡ଼ି ଚଳାଉଥିଲେ। ସିଏ ପୁଣି ମ୍ୟୁନିସପାଲିଟି ରେ କାମ କରୁଥିବା ସଫେଇ ଗାଡ଼ିର ଡ଼୍ରାଇଭର।
ସୁନ୍ଦରଗଡ ଟାଉନ୍ ଥାନା ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟ କୁନାଲ ଟ୍ରାନ୍ସପୋର୍ଟ ଅଫିସ ସମ୍ମୁଖ ରେ ଘଟିଛି ଏହି ଦୁର୍ଘଟଣା। ନିଜ ବାପାଙ୍କ ସହିତ ସ୍କୁଟରରେ ଯାଉଥିବା ବେଳେ ଅନ୍ୟ ଏକ ବାଇକ୍ ସହିତ ଧକ୍କା ହେବାରୁ ଭାରସାମ୍ୟ ହରାଇ ଶିଶୁଟି ସ୍କୁଟର ରୁ ତଳକୁ ପଡିଯାଇ ଥିଲା। ସେତିକି ବେଳେ ପଛ ପଟୁ ଆସୁଥିବା ପୌରପାଳିକା ରେ ସଫେଇ କାର୍ଯ୍ୟରେ ନିୟୋଜିତ ଟ୍ରାକ୍ଟର ଟି ଶିଶୁ ଉପରେ ଚଢି ଯାଇଥିଲା ।ତାଙ୍କୁ ଆହତ ଅବସ୍ଥାରେ ମେଡିକାଲ କୁ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଟ୍ରାକ୍ଟର କୁ ପୌର ପାଳିକା ର ସଫେଇ କାର୍ଯ୍ୟରେ ନିୟୋଜିତ କରା ଯାଇଥିବା ଜଣା ପଡ଼ିଛି । ଟ୍ରାକ୍ଟର ର ଚାଳକ ମଦ ପିଇ ଥିବା ବେଳେ ଗାଡ଼ି ର ବୀମା ନଥିବା ଜଣାପଡିଛି । ପୋଲିସ୍ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.