ବଡ଼ବିଲ : ଦିନ ଦ୍ୱିପ୍ରହରେ ବ୍ୟାଙ୍କ୍ ଡକାୟତି।। ୫ କୋଟି ସୁନା ଗହଣା , ନଗଦ ୮ ଲକ୍ଷ ଲୁଟି ନେଲେ ଡକାୟତ। ବଡ଼ବିଲ ରେ ଚାଞ୍ଚଲ୍ୟ।

0 173

ଦିନ ଦ୍ୱିପ୍ରହରେ ବଡ଼ବିଲ ରେ ବ୍ୟାଙ୍କ ଡକାୟତି। ୫ କୋଟି ସୁନା ଗହଣା ସହ ୮ ଲକ୍ଷ ନଗଦ ଲୁଟ୍।
ରାଉରକେଲା/ବଡ଼ବିଲ:୧୯/୧ (ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ସୀମା କେନ୍ଦୁଝର ଜିଲ୍ଲାର ବଡ଼ବିଲ ରେ ସୋମବାର ଦିନ ଦ୍ୱିପ୍ରହରେ ସଶସ୍ତ୍ର ଡକାୟତି ହୋଇ ଯାଇଛି। କଳିଙ୍ଗ ରୋଡ୍‌ସ୍ଥିତ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଶାଖାରେ ଘଟିଥିବା ଏହି ଡକାୟତି ଘଟଣା ପରେ ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି। ଡକାୟତ ମାନେ ବନ୍ଧୁକ ମୁନରେ ବ୍ୟାଙ୍କ୍ ରୁ ୫ କୋଟି ଟଙ୍କାର ସୁନା ଗହଣା ସହ ନଗଦ ୮ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣା ପଡ଼ିଛି।
ପ୍ରାଥମିକ ସୂଚନା ଅନୁଯାୟୀ, ୫ ରୁ ୬ ଜଣ ଅଜଣା ଦୁର୍ବୃତ୍ତ ଗ୍ରାହକ ଭାବେ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ। ପରେ ହଠାତ୍‌ ପିସ୍ତଲ୍ ଏବଂ ଅନ୍ୟ ମାରଣାସ୍ତ୍ର ବାହାର କରି ବ୍ୟାଙ୍କ କର୍ମଚାରୀ ଓ ଉପସ୍ଥିତ ଗ୍ରାହକମାନଙ୍କୁ ଭୟଭୀତ କରିଥିଲେ। କର୍ମଚାରୀଙ୍କୁ ବନ୍ଧୁକ ମୁନରେ ଡରାଇ ୮ ଲକ୍ଷ ଟଙ୍କା ନଗଦ ସହ ବ୍ୟାଙ୍କରେ ରହିଥିବା ୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା ଗହଣା ଲୁଟି ଦୁବୃର୍ତ୍ତ ମାନେ ଫେରାର ହୋଇଯାଇଥିଲେ।
ଏହି ଡକାୟତି ଘଟଣାରେ କେହି ଆହତ ହୋଇନାହାନ୍ତି।
ସୂଚନା ମିଳିବା ପର ବଡ଼ବିଲ ପୋଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କ ରେ ତଦନ୍ତ କରୁଛନ୍ତି। ସିସିଟିଭି ଫୁଟେଜ୍‌ ଯାଞ୍ଚ ସହିତ ଦୁର୍ବୃତ୍ତ ମାନଙ୍କ ଫେରାର ବାଟ ଚିହ୍ନଟ ପାଇଁ ତଲାସି ଅଭିଯାନ ଆରମ୍ଭ କରାଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ବାରିକେଡିଂ କରାଯାଇ ଗାଡ଼ି ମଟର ଯାଞ୍ଚ କରାଯାଉଛି।

Leave A Reply

Your email address will not be published.