ରାଉରକେଲା:୧୮/୧(ସତ୍ୟାନ୍ୟୁଜ) ରାଉରକେଲା ୨୦ ନମ୍ୱର୍ ସେକ୍ଟର ସ୍ଥିତ ରାଇଜିଂ କ୍ଳବ୍ ଭଲିବଲ ପଡିଆରେ ରାଉରକେଲା ଓପେନ ମହିଳା ଭଲିବଲ୍ ଚମ୍ପିୟାନସିପ୍ ଅନୁଷ୍ଠିତ ହୋଇଯାଇଛି। ସୁନ୍ଦରଗଡ଼ ଜିଲ୍ଲା ର ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ଚନ୍ଦ୍ରଶେଖର କ୍ରୀଡା ସଂଗଠନ ଓ ରାଇଜିଂ କ୍ଲବ୍ ମିଳିତ ଆନୁକୁଲ୍ୟରେ ଏହି ମହିଳା ଚମ୍ପିୟାନସିପ୍ ଅନୁଷ୍ଠିତ ହୋଇଛି। ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗ ଦେଇ ଟ୍ରଫି ପ୍ରଦାନ କରିଥିଲେ। ମହିଳା ଭଳି ବଲ୍ ଖେଳାଳି ମାନେ ରାଉରକେଲା ବ୍ୟତୀତ ବାହାର ରାଜ୍ୟରେ ମଧ୍ୟ ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ସେମାନଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ଏପରି ପ୍ରତିଯୋଗିତା ମୂଳକ ଖେଳ କରାଯାଉଛି ବୋଲି ଆୟୋଜକ ମାନେ କହିଛନ୍ତି।