ସୁନ୍ଦରଗଡ଼ : ଗୁରୁବାର ହିଂସାକାଣ୍ଡ ପରେ ସହରରେ ଶାନ୍ତି ଶୋଭା ଯାତ୍ରା।। ଯୋଗ ଦେଲେ ଜିଲ୍ଲାପାଳ , ଏସପି ଏବଂ ଉଭୟ ସମ୍ପ୍ରଦାୟର ଲୋକେ।
ସୁନ୍ଦରଗଡ଼:୧୮/୧(ସତ୍ୟାନ୍ୟୁଜ)
ଗତ ୧୫ ତାରିଖ ଗୁରୁବାର ଦିନ ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଦୁଇ ଗୋଷ୍ଠୀ ଙ୍କ ମଧ୍ୟ ହୋଇଥିବା ହିଂସାକାଣ୍ଡ ପରେ ସହରରେ ଧୀରେ ଧୀରେ ଶାନ୍ତି ଫେରିବାରେ ଲାଗିଛି । କିନ୍ତୁ ବର୍ତ୍ତମାନ ମଧ୍ୟ କିଛି ଅଞ୍ଚଳରେ ଚାପା ଉତ୍ତେଜନା ର ବାତାବରଣ ରହିଛି। ସୁନ୍ଦରଗଡ ସହର ରେ ସମ୍ପୂର୍ଣ୍ଣ ଶାନ୍ତି ପ୍ରତିଷ୍ଠା କରିବା ଏବଂ ପୂର୍ବ ଭାଇଚାରା ର ବାତାବରଣ କୁ ପୁନଃ ସ୍ଥାପିତ କରିବା ଉଦ୍ଦେଶ୍ୟ ରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଶାନ୍ତି ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା । ଏଥିରେ ଜିଲ୍ଲାପାଳ ଡ ଶୁଭଙ୍କର ମହାପାତ୍ର,ଏସପି ଅମ୍ରିତପାଲ କୌର ଙ୍କ ସହିତ ଉପ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସପି ଓ ଅନ୍ୟ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ। ଏହା ସହ ଉଭୟ ସଂପ୍ରଦାୟ ର ଲୋକେ, ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ର ସଦସ୍ୟ ଏବଂ ସମସ୍ତ ରାଜନୈତିକ ଦଳର ନେତା ମଧ୍ୟ ଯୋଗ ଦେଇଥିଲେ । ଶୋଭାଯାତ୍ରା ଟି ରିଜେଣ୍ଟ ମାର୍କେଟ ରୁ ବାହାରି ସୁନାରୀପଡ଼ା, ରଙ୍ଗାଢିପା ଛକ, ଦେଇ ମୁଖ୍ୟରାସ୍ତା ରେ ଅଟଳ ଛକ ନିକଟରେ ସମାପନ ହୋଇଥିଲା । ମନୋମାଳିନ୍ୟ କୁ ଭୁଲି ପୁଣି ଥରେ ସହର ରେ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତେ ବାର୍ତ୍ତା ଦେଇଛନ୍ତି ।