ରାଉରକେଲା : ବନ ବିଭାଗର ପକ୍ଷୀ ଗଣନା ଆରମ୍ଭ।। ୧୭ ଗୋଟି ସ୍ଥାନରେ ୧୭ ଟି ଟିମ୍ ଗଣନାରେ ନିୟୋଜିତ।

0 118

ରାଉରକେଲା:୧୮/୧(ସତ୍ୟାନ୍ୟୁଜ) ଆଜି ରାଉରକେଲା ବନଖଣ୍ଡ ସମେତ ସାରା ଓଡିଶାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ରାଉରକେଲା ବନଖଣ୍ଡରେ ୧୭ ଗୋଟି ଜଳାଶୟ ନିକଟରେ ଏହି ଗଣନା ଆରମ୍ଭ ହୋଇଛି। ଗଣନା ରେ ୧୭ ଟି ଦଳ ନିୟୋଜିତ ହୋଇଛନ୍ତି । ପକ୍ଷୀ ଗଣନା କାର୍ଯ୍ୟକ୍ରମ ସକାଳ ସାଢ଼େ ୬ ଟା ଆରମ୍ଭ କରା ଯାଇଛି। ଏହି କାର୍ଯ୍ୟ କ୍ରମ ରେ ରାଉରକେଲା ବନଖଣ୍ଡ ର ୨୮୫ ଜଣ କ୍ଷେତ୍ର କର୍ମଚାରୀ ନିୟଜିତ କରାଯାଇଛନ୍ତି । ଏହା ସହିତ ୨ଜଣ ସହ ବନ ଖଣ୍ଡ ଅଧିକାରୀ ଶ୍ରୀ ସୁରଜିତ କୁମାର ସାହୁ, ଶ୍ରୀ ଗଜେନ୍ଦ୍ର ପାଲ ସିଂ ମାଥୁର ପକ୍ଷୀ ଗଣନା କାମ ତଦାରଖ କରୁଛନ୍ତି।l ଆଜି ର ପକ୍ଷୀ ଗଣନା କାର୍ଯ୍ୟକ୍ରମ ରାଉରକେଲା
ଡି ଏଫ୍ ଓ ଯଶବନ୍ତ ସେଠୀଙ୍କ ବନ ପ୍ରତ୍ୟକ୍ଷ ତତ୍ୱାବଧାନରେ କରା ଯାଉଛି।

ଏହି ପକ୍ଷୀ ଗଣନା ମନ୍ଦିରl ଡ୍ୟାମ, ପିତାମହଲ ଡ୍ୟାମ, ବ୍ରାହ୍ମଣୀ ନଦୀ, କଲେଇପୋଷ ଜଳାଶୟ, ବାଲୁଘାଟ ତରକେରା ରିଜର୍ଭର, କୁଚେଇତା ପଖୋରୀ, ଧମାନ୍ଧାର ଡ୍ୟାମ, କଂସବାହାଲ ଡ୍ୟାମ, ବିଶିପୁର ପଖୋରୀ ଆଦି ୧୭ ଟି ସ୍ଥାନରେ କରା ଯାଉଛି।l

Leave A Reply

Your email address will not be published.