ରାଉରକେଲା : ବାଲି ବୋଝେଇ ଟ୍ରକ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା।। ୧୪୩ ନମ୍ୱର୍ ଜାତୀୟ ରାଜପଥ ଫେଟକଲ୍ ପେଟ୍ରୋଲ ପମ୍ପ ନିକଟରେ ରାସ୍ତା ଅବରୋଧ।

0 395

ରାଉରକେଲା:୧୧/୧(ସତ୍ୟାନ୍ୟୁଜ) ରାଉରକେଲା ଦେଓଗାଁ ନିକଟ ଫେଟକଲ୍ ପେଟ୍ରୋଲ ପମ୍ପ ନିକଟ ୧୪୩ ନମ୍ୱର୍ ଜାତୀୟ ରାଜପଥରେ ଏକ ଦୃତଗାମୀ ବାଲି ବୋଝେଇ ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା ଦେଖା ଦେଇଛି। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି। ରଘୁନାଥପାଲି ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି। ରାସ୍ତା ଅବରୋଧ ଯୋଗୁ ରାଜପଥରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଟି କିଛି ଦୂରରେ ଧରା ପଡ଼ିଥିବା ସୂଚନା ମିଳିଛି।

Leave A Reply

Your email address will not be published.