ବିରମିତ୍ରପୁର: ଛୁରୀ ଭୁଷି ଯୁବତୀଙ୍କୁ ହତ୍ୟା।। ଅଭିଯୁକ୍ତ ମୁକେଶ କୁଲୁ ଗିରଫ।। ବିବାହ ର ଗୋଟିଏ ଦିନ ପୂର୍ବରୁ ହତ୍ୟା ର ଶିକାର ହେଲେ ଯୁବତୀ।

0 28

ବିରମିତ୍ରପୁର:୧୦/୧(ସତ୍ୟାନ୍ୟୁଜ) ବିବାହର ଗୋଟିଏ ଦିନ ପୂର୍ବରୁ ଛୁରା ମାଡ଼ ରେ ଯୁବତୀଙ୍କ ମୃତ୍ୟୁ ଘଟଣା ବିରମିତ୍ରପୁର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଛୁରା ମାଡ କରିଥିବା ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲେ ମୁକେଶ କୁଲୁ। ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି ଗୋବିରା ଗ୍ରାମର ଗୀର୍ଜାଟୋଲା ଅଞ୍ଚଳରେ । ଶୁକ୍ରବାର ସନ୍ଧ୍ୟାରେ ଯୁବତୀ ଜଣକ ନିଜ ଘରେ ଥିବା ବେଳେ ମୁକେଶ ତାଙ୍କୁ ବାହାରକୁ ଡାକି ଥିଲେ। ପୂର୍ବରୁ ପରିଚିତ ଥିବାରୁ ଯୁବତୀ ଶିଖା କୁଲୁ ଘର ଠାରୁ ଅଳ୍ପ ଦୂରରେ କଥାବାର୍ତ୍ତା କରିବାକୁ ଆସିଥିଲେ। କିଛି ସମୟ କଥା ହେବା ପରେ କୌଣସି କାରଣରୁ ମୁକେଶ ଯୁବତୀ ଙ୍କ ପେଟରେ ଛୁରୀ ଭୁଷି ଦେଇଥିଲା। ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆସି ଯିବାରୁ ମୁକେଶ ଦୌଡି ପଳାଇଥିଲେ। ଗୁରୁତର ଆହତ ଶିଖା ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ତୁରନ୍ତ ହସ୍ପିଟାଲ ପଠାଇଥିଲେ। ମାତ୍ର ଶନିବାର ସକାଳେ ଆହତ ଯୁବତୀଙ୍କ ମୃତ୍ୟୁ ହୋଇ ଯାଇ ଥିଲା। ପୋଲିସ୍ ସାଇଣ୍ଟଫିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ତଦନ୍ତ କରୁଛନ୍ତି। ହତ୍ୟାର ସଠିକ୍ କାରଣ ଜଣା ପଡ଼ି ନାହିଁ। ତେବେ ଏକତରଫା ପ୍ରେମ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରା ଯାଉଛି। ପରେ ପୋଲିସ୍ ଅଭିଯୁକ୍ତ ଯୁବକ ମୁକେଶ କୁଲୁ କୁ ଗିରଫ କରି ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.