ରାଉରକେଲା : ଭୁବନେଶ୍ୱର – ରାଉରକେଲା ଇଣ୍ଡିଆ ଏଆର୍ ୱାନ ପ୍ଲେନ୍ ଦୁର୍ଘଟଣା ଗ୍ରସ୍ତ।। ୨ ପାଇଲଟ ସମେତ ୬ ଆହତ ।

0 157

ରାଉରକେଲା:୧୦/୧(ସତ୍ୟାନ୍ୟୁଜ) ଭୁବନେଶ୍ୱର ରୁ ରାଉରକେଲା ଆସୁଥିବା ଇଣ୍ଡିଆ ଏଆର୍ ୱାନ
ଫ୍ଲାଇଟ୍ ଆଜି ଦୁର୍ଘଟଣା ଗ୍ରସ୍ତ ହୋଇ ୨ ପାଇଲଟ୍ ଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ରାଉରକେଲାର ଏକ ଘରୋଇ ହସ୍ପଟାଲରେ ଚିକିତ୍ସା କରା ଯାଉଛି। ଭୁବନେଶ୍ୱର ରୁ ନିର୍ଦ୍ଧାରିତ ସମୟ ରୁ ବିଳମ୍ବରେ ଛାଡ଼ିବା ପରେ ଏହି ୯ ସିଟ୍ ବିଶିଷ୍ଟ ପ୍ଲେନ୍ ରେ ଜଲଦା ନିକଟରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ବିମାନ ଟି ସିଙ୍ଗଲ୍ ଇଞ୍ଜିନ ବିଶିଷ୍ଟ ଥିଲା। ଏହି ଅଞ୍ଚଳ ଜନବସତି ଅଞ୍ଚଳ ହୋଇଥିବାରୁ ପାଇଲଟ୍ ବୁଦ୍ଧି ଏବଂ ସାହସ ଜୁଟାଇ ପ୍ଲେନ୍ କୁ ଏକ ଖାଲି ପଡିଆ ରେ ଲେଣ୍ଡିଂ କରାଇ ଥିଲେ। ଏହା ଦ୍ବାରା ବିମାନ ଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଏବଂ ସମସ୍ତ ଛଅ ଜଣ ଆହତ ହୋଇଥିଲେ। ସ୍ଥାନୀୟ ଲୋକ ମାନେ ଆହତ ଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ। ଘଟଣା ସ୍ଥଳରେ ରାଉରକେଲା ଏସପି ନୀତେଶ ୱାଧୱାନି, ଫାୟାର ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାର ତଦନ୍ତ କରିବାକୁ ଟେକ୍ନିକାଲ ଟିମ୍ ପହଞ୍ଚିଛନ୍ତି। ଆହତ ହୋଇଥିବା ଯାତ୍ରୀ ସୁଶାନ୍ତ ବିଶ୍ୱାଳ , ଅନିତା ସାହୁ , ସୁନିଲ ଅଗ୍ରୱାଲ , ସବିତା ଅଗ୍ରୱାଲ ଏବେ ଚିକିତ୍ସାଧିନ ଅଛନ୍ତି। ପାଇଲଟ ଦ୍ବୟ ନବୀନ
କାଡଙ୍ଗା ଏବଂ ତରୁଣ ଶ୍ରୀବାସ୍ତବ ମଧ୍ୟ ଚିକିତ୍ସାଧିନ ଅଛନ୍ତି। ତେବେ ଏହି ପ୍ଲେନ୍ ଦୁର୍ଘଟଣା ବିମାନ ଯାତ୍ରା ସୁରକ୍ଷା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି।

Leave A Reply

Your email address will not be published.