ରାଉରକେଲା : ତ୍ରିଶକ୍ତି ଧାମ ରେ ସ୍ଥାୟୀ ଭାବେ ଖୋଲାଯିବ କୁତ୍ରିମ ଅଙ୍ଗପ୍ରତ୍ୟଙ୍ଗ ରକ୍ଷଣାବେକ୍ଷଣ କେନ୍ଦ୍ର।। ସୂଚନା ଦେଲେ ଦିଲ୍ଲୀପ ରାୟ।
ରାଉରକେଲା:୧୦/୧(ସତ୍ୟାନ୍ୟୁଜ) ଯେଉଁ ହିତାଧିକାରୀ ମାନେ କୁତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ପ୍ରତିରୋପଣ କରୁଛନ୍ତି ସେମାନଙ୍କ ପାଇଁ ହନୁମାନ ବାଟିକା ତ୍ରିଶକ୍ତି ଧାମ ରେ ଏକ ସ୍ଥାୟୀ କ୍ୟାମ୍ପ ଖୋଲା ଯିବ। ଏହା ଦ୍ବାରା କୁତ୍ରିମ ଅଙ୍ଗ ଲଗାଇଥିବା ବ୍ୟକ୍ତି ବିଶେଷ ଙ୍କ କୌଣସି ଅସୁବିଧା ହେଲେ ସେ ଏଠାରେ ଯେକୌଣସି ସମୟରେ ତାଙ୍କ କୁତ୍ରିମ ଅଙ୍ଗର ରକ୍ଷଣାବେକ୍ଷଣ କରିପାରିବେ। ଏ କଥା କହିଛନ୍ତି ତ୍ରିଶକ୍ତି ଧାମ ତଥା ଜୟ ହନୁମାନ ଟ୍ରଷ୍ଟ ର ଚେଆରମ୍ୟାନ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ। ଲାୟନ୍ସ କ୍ଲବ୍ , ବେଦବ୍ୟାସ ଏବଂ ତ୍ରିଶକ୍ତି ଧାମ ପକ୍ଷରୁ ତିନି ଦିନ ଧରି ଚାଲିଥିବା କୁତ୍ରିମ ଅଙ୍ଗପ୍ରତ୍ୟଙ୍ଗ ପ୍ରତିରୋପଣ ଶିବିରର ଉଦଯାପନ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ରାୟ ଏହା କହିଥିଲେ। ଏହା ଛଡା ପ୍ରତି ଦିନ ୨୦୦ ଗରିବ ଶ୍ରେଣୀୟ ଲୋକଙ୍କୁ ଏଠାରେ ମାଗଣା ଭୋଜନ ଦିଆ ଯିବାର ବ୍ୟବସ୍ଥା କରା ଯାଉଥିବା ସେ କହିଥିଲେ। ଆୟୋଜିତ କୁତ୍ରିମ ଅଙ୍ଗପ୍ରତ୍ୟଙ୍ଗ ପ୍ରତିରୋପଣ ଶିବିର ରେ ୯୦ ଜଣ ହିତାଧିକାରୀ ଙ୍କ ଅଙ୍ଗପ୍ରତ୍ୟଙ୍ଗ ପ୍ରତିରୋପଣ କରାଯାଇଥିଲା।