ରାଉରକେଲା:୯/୧(ସତ୍ୟାନ୍ୟୁଜ) ଡ୍ରଗ୍ସ କାରବାର ବିରୁଦ୍ଧରେ ରାଉରକେଲା ପୋଲିସ୍ ର ଜାରି ରହିଥିବା ଅଭିଯାନକୁ ମିଳିଛି ଆଉ ଏକ ସଫଳତା। ସାତ ନମ୍ୱର୍ ସେକ୍ଟର ଥାନା ପୋଲିସ୍ ଜଣେ ବ୍ରାଉନ ସୁଗାର ଚାଲାଣକାରୀକୁ ଭଞ୍ଜଭବନ୍ ନିକଟରୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ସୁମିତ୍ ଯାଦବ ଠାରୁ ୧୦ ଗ୍ରାମ ପାଖାପାଖି ବ୍ରାଉନ ସୁଗାର ଜବତ କରାଯାଇଛି। ସୁମିତ୍ ଝାଡ଼ଖଣ୍ଡ ର ମୂଳ ବାସିନ୍ଦା ହୋଇଥିବା ବେଳେ ଏବେ ପ୍ଲାଣ୍ଟ ସାଇଟ୍ ଥାନା ଅଞ୍ଚଳରେ ରହୁଥିଲେ। ଜବତ ହୋଇଥିବା ନିଶା ଦ୍ରବ୍ୟ ର ମୂଲ୍ୟ ଆନୁମାନିକ ୧ ଲକ୍ଷ ଟଙ୍କା ହେବ ବୋଲି କୁହା ଯାଉଛି। ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି।