ରାଉରକେଲା : ରାଉରକେଲା ପୋଲିସ କୁ ବଡ ସଫଳତା।। ଗାଡି ଚୋରି ରାକେଟ କିଙ୍ଗପିନ୍ ୩ ଗିରଫ।। ୭ ବୋଲେରୋ , ୪ ବାଇକ୍ , ଡୁପ୍ଲିକେଟ ଚାବି ଜବତ୍।

0 172

ରାଉରକେଲା:୮/୧(ସତ୍ୟାନ୍ୟୁଜ) ରାଉରକେଲା ପୋଲିସ କୁ ମିଳିଛି ବଡ ସଫଳତା। ରଘୁନାଥପାଲି ଥାନା ପୋଲିସ୍ ଭେଟରାନ୍ ଅପରାଧୀ କାହ୍ନୁ ନାୟକ ଏବଂ ତାଙ୍କ ଦୁଇ ସହଯୋଗୀ କୁ ଗିରଫ କରିବା ସହ ୭ ଟି ଚୋରି ଯାଇଥିବା ବୋଲେରୋ ଗାଡ଼ି ଏବଂ ୪ ଟି ବାଇକ୍ ଜବତ୍ କରିଛନ୍ତି। ଡୁପ୍ଲିକେଟ୍ ଚାବି ସାହାଯ୍ୟରେ ଏହି ଗ୍ୟାଙ୍ଗ ରାଉରକେଲା ତଥା ଆଖପାଖ ଅଞ୍ଚଳରୁ ଗାଡ଼ି ଚୋରି କରୁଥିଲେ। ଏହି ଚୋର ମାନେ ମୁଖ୍ୟତଃ ବୋଲେରୋ ଗାଡ଼ିକୁ ଟାର୍ଗେଟ କରୁଥିଲେ। ଏହି ଗାଡ଼ିକୁ କିଛି ଦିନ ରଖିବା ପରେ ଝାଡ଼ଖଣ୍ଡ ରେ ବିକ୍ରି କରୁଥିଲେ। ରଘୁନାଥପାଲି ଥାନା ଅଞ୍ଚଳରେ ଏକ ଗାଡ଼ି ଚୋରି ମାମଲାର ତଦନ୍ତ କରୁ ଥିବା ବେଳେ ପୋଲିସ୍ ଏହି ରାକେଟ୍ ର କିଙ୍ଗପିନ୍ ସମେତ ଅନ୍ୟ ଦୁଇ ସଦସ୍ୟଙ୍କୁ ଗିରଫ କରିଛନ୍ତି। ଗିରଫ କାହ୍ନୁ ନାୟକ ନାମରେ ସହରର ବିଭିନ୍ନ ଥାନାରେ ୪୭ ଟି ମାମଲା ରହି ଥିବା ବେଳେ ଅନ୍ୟ ଅଭିଯୁକ୍ତ ଅନୁପ ମୁଣ୍ଡା ନାମରେ ୭ ଟି ଏବଂ ମହମ୍ମଦ ଗୁଲଜାର୍ ନାମରେ ୮ଟି ମାମଲା ରହିଛି। ଚୋରା ଗାଡ଼ି କିଣି ଥିବା ଗ୍ରାହକ ମାନଙ୍କ ବାବଦରେ ତଦନ୍ତ ଚାଲିଥିବା ବେଳେ ଆଇନଗତ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ରାଉରକେଲା ଏସ ପି ନୀତେଶ
ୱାଧୱାନି କହିଛନ୍ତି।

Leave A Reply

Your email address will not be published.