ରାଉରକେଲା:୭/୧(ସତ୍ୟାନ୍ୟୁଜ) ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଏବେ ପ୍ରବଳ ଶୀତ ଲହରୀ ଅନୁଭବ ହେଉଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ପାରଦ ଖସିବାରେ ଲାଗିଛି। ଜିଲ୍ଲାର ବଣ ପାହାଡ ଘେରା କୋଇଡା ଅଞ୍ଚଳରେ ପାରଦ ୫ ଡିଗ୍ରୀ ତଳେ ରହୁଛି। ସମଗ୍ର ଅଞ୍ଚଳ ବରଫ ଭଳି ଧଳା ଚାଦର ରେ ଢାଙ୍କି ହୋଇ ରହିଥିବା ବେଳେ ଏହା ତୁଷାରପାତ ର ଭ୍ରମ ସୃଷ୍ଟି କରୁଛି। କେହି କେହି ଏହାକୁ ଚଳିତ ବର୍ଷର ପ୍ରଥମ ତୁଷାରପାତ ବୋଲି କହିଛନ୍ତି । ଅନ୍ୟପଟେ ସାରା ରାଜ୍ୟରେ ଏହା ପ୍ରଥମ ତୁଷାରପାତ ବୋଲି କୁହା ଯାଉଛି । କୋଇଡା , ଟେନ୍ସା ଅଞ୍ଚଳରେ ପୂର୍ବ ରାତିରେ ତାପମାତ୍ରା ୫ ଡିଗ୍ରୀ ତଳେ ରହିବା ପରେ ଶୀତ ର ପ୍ରକୋପ ବଢ଼ି ଯାଇଛି। ଖୋଲା ପଡ଼ିଆ ,ଗାଡିର ଉପର ଭାଗରେ ତୁଷାର ଚାଦର ସଦୃଶ ଢାଙ୍କି ହୋଇଥିବା ଦେଖିବାକୁ ମିଳିଛି । ପ୍ରବଳ ଥଣ୍ଡା ଯୋଗୁଁ ଏହି ଅଞ୍ଚଳରେ ଏବେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି।