ରାଉରକେଲା : ରେଳଷ୍ଟେସନ ପ୍ଲାଟଫର୍ମ ରୁ ବିଲୁପ୍ତପ୍ରାୟ ଚିଲ ପକ୍ଷୀ ଉଦ୍ଧାର।। ବନ ବିଭାଗକୁ ହସ୍ତାନ୍ତର।।

0 143

ରାଉରକେଲା:୭/୧(ସତ୍ୟାନ୍ୟୁଜ) ରାଉରକେଲା ରେଳଷ୍ଟେସନ ପ୍ଲାଟଫର୍ମ ନମ୍ୱର୍ ୧ ରେ ଏକ ବିଲୁପ୍ତ ପ୍ରାୟ ଚିଲ ପକ୍ଷୀ କୁ ଉଦ୍ଧାର କରାଯାଇଛି। ରାଉରକେଲା
ବନଖଣ୍ଡ ଡିଏଫଓ ଯଶୋବନ୍ତ ସେଠୀ ଙ୍କ ନିର୍ଦ୍ଦେଶରେ ତଥା ପାନପୋଷ ରେଞ୍ଜର ସୁଚିସ୍ମିତା ଦାସ ଙ୍କ ନେତୃତ୍ୱ ରେ ବନକର୍ମୀ ଅଲିଅଳ ବେହେରା ଙ୍କୁ ଉକ୍ତ ଚିଲପକ୍ଷୀ ରାଉରକେଲା ଷ୍ଟେସନ ମ୍ୟାନେଜର ଲଷ୍ମୀକାନ୍ତ ତ୍ରିପାଠୀ ହସ୍ତାନ୍ତର କରିଥିଲେ। ପରେ ଉକ୍ତ ଆହତ ପକ୍ଷୀ ର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ତାକୁ ଖୋଲା ଆକାଶ ରେ ଉଡିବାକୁ ଛାଡି ଦିଆଯାଇଥିଲା।।ସୂଚନା ଅନୁଯାୟୀ ଉକ୍ତ ପକ୍ଷୀ ଆହତ ଅବସ୍ଥାରେ ଉଡ଼ି ଆସି ଏସି ରେଷ୍ଟ ରୁମ ନିକଟରେ ପସି ଯାଇଥିଲା। ଏହାର ସୂଚନା ଷ୍ଟେସନ ମ୍ୟାନଜେର ଙ୍କୁ ଦିଆଯିବା ପରେ ସ୍ଥାନୀୟ କିଛି ସାମାଜିକ କର୍ମୀ ଙ୍କ ସାହାଯ୍ୟରେ ବନ ବିଭାଗ କୁ ଯୋଗାଯୋଗ କରାଯାଇ ଚିଲ ପକ୍ଷୀ ହସ୍ତାନ୍ତର ପ୍ରକ୍ରିୟା ସମ୍ପନ୍ନ କରା ଯାଇଥିଲା।

Leave A Reply

Your email address will not be published.