ରାଉରକେଲା : ଅଭିଯୁକ୍ତଙ୍କୁ ଗିରଫ ଉଦ୍ୟମ ବେଳେ ପୋଲିସ୍ ଉପରକୁ ଆକ୍ରମଣ।। ୨ ପୋଲିସ୍ କର୍ମୀ ଆହତ।। ୩ ଗିରଫ।

0 241

ରାଉରକେଲା;୭/୧(ସତ୍ୟାନ୍ୟୁଜ) ବାଇକ୍ ଚୋରି କରିଥିବା ଅଭିଯୁକ୍ତ କୁ ଗିରଫ କରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଉପରେ ଆକ୍ରମଣ ଅଭିଯୋଗ। ଏପରି ଘଟଣା ଘଟିଛି ରଘୁନାଥପାଲି ଥାନା ଅଞ୍ଚଳର ଗଙ୍ଗାଧରପାଲି ଏରିଆ ରେ। ସୂଚନା ମୁତାବକ ଭୁବନେଶ୍ୱର ପାହାଳ ଥାନା ପୋଲିସ ଏକ ବାଇକ୍ ଚୋରି ଘଟଣାର ତଦନ୍ତ ପାଇଁ ରାଉରକେଲା ଆସିଥିଲେ। ଅଭିଯୁକ୍ତ ଙ୍କୁ ଧରିବାକୁ ରଘୁନାଥପାଲି ଥାନା ଅଞ୍ଚଳର ଗଙ୍ଗାଧରପାଲି ରେ ଚଢ଼ାଉ କରିବା ସମୟରେ ପୋଲିସ ଉପରକୁ ପଥର ମାଡ ହୋଇଥିଲା । ଏହି ଆକ୍ରମଣରେ ଭୁବନେଶ୍ୱରରୁ ଆସିଥିବା କମିଶନରେଟ୍ ପୋଲିସ କର୍ମଚାରୀ ଏବଂ ରଘୁନାଥପାଲି ଥାନାର ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ପୋଲିସ୍ ଉପରେ ଆକ୍ରମଣ ଅଭିଯୋଗରେ ଗଙ୍ଗାଧରପାଲି ଅଞ୍ଚଳର ଶୁଭମ୍ ଦଳେଇ ଏବଂ ତାଙ୍କ ମା , ଭାଇ ଙ୍କୁ ରଘୁନାଥପାଲି ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.